Odia News Portal

ଜାଣନ୍ତୁ ଲକଡାଉନରେ କାହା ସହ କ୍ୱାଲିଟି ଟାଇମ୍ ବିତାଉଛନ୍ତି କୁଇନ୍ କଙ୍ଗନା

ହିମାଚଳ: ବଲିଉଡ କୁଇନ୍ କଙ୍ଗନା ରାଣାୱତ୍ ସବୁବେଳେ ହେଡ ଲାଇନ୍ ରେ ରହିଥା’ନ୍ତି | ଅଭିନେତ୍ରୀ କଙ୍ଗନା ଚଳଚ୍ଚିତ୍ର ଅପେକ୍ଷା ତାଙ୍କ ବୟାନ ବାଜିକୁ ନେଇ ସବୁବେଳେ ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି। ତେବେ ସେ କେବଳ ବଲିଉଡ ଇଣ୍ଡଷ୍ଟ୍ରିର ପ୍ରସଙ୍ଗରେ ବକ୍ତବ୍ୟ ରଖି ନାହାଁନ୍ତି, ସେ ଦେଶ ବିଦେଶର କାର୍ଯ୍ୟରେ ମଧ୍ୟ ନିଜର ମତ ଦେଉଥିବାର ଦେଖାଯାଉଛି। ଏହି କାରଣରୁ, କଙ୍ଗନାକୁ ଅନେକ ଥର ଟ୍ରୋଲ ମଧ୍ୟ ହେବାକୁ ପଡ଼ିଛି | ଏପରିକି ତାଙ୍କ ବିବୃତ୍ତିକୁ ନେଇ ଟ୍ୱିଟରରେ ତାଙ୍କ ଆକାଉଣ୍ଟକୁ ସବୁଦିନ ପାଇଁ ସସପେଣ୍ଡ କରାଯାଇଛି ।

ଏହା ପରେ କଙ୍ଗନା ଟ୍ୱିଟର ବିରୋଧରେ ଇନଷ୍ଟାଗ୍ରାମରେ କଡ଼ା ଆଭିମୁଖ୍ୟ ପ୍ରଦର୍ଶନ କରିଥିଲେ। ସେବେଠାରୁ କଙ୍ଗନା ଇନଷ୍ଟାଗ୍ରାମ ମାଧ୍ୟମରେ କଥା ହେଉଥିବା ଦେଖିବାକୁ ମିଳିଥିଲା। ତେବେ ମୁମ୍ବାଇରେ କରୋନା କାରଣରୁ ଲକ୍ ଡାଉନ୍ ହେବା ପରେ କଙ୍ଗନା ତାଙ୍କ ଘର ହିମାଚଳକୁ ଆସିଯାଇଛନ୍ତି ।ମୁମ୍ବାଇରୁ ଘରକୁ ଫେରିଥିବା କଙ୍ଗନା ରାଣାୱତ୍ କରୋନା ବିପକ୍ଷରେ ଯୁଦ୍ଧ ଜିତିବା ପରେ ପରିବାର ସହିତ କ୍ୱାଲିଟି ଟାଇମ୍ ବିତାଉଛନ୍ତି। ସେ ପରିବାରର ପ୍ରତ୍ୟେକ ବଡ ଏବଂ ଛୋଟ ସଦସ୍ୟଙ୍କ ସହ ଉପଭୋଗ କରୁଥିବାର ଫୋଟ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି | ଯାହାକୁ ତାଙ୍କ ଫ୍ୟାନ୍ସ ମାନେ ଖୁବ୍ ପସନ୍ଦ କରିଛନ୍ତି |

କଙ୍ଗନା ରାନାୱତ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବ୍ୟାକ୍ ଟୁ ବ୍ୟାକ୍ ପାଞ୍ଚଟି ଫୋଟ ସେୟାର କରିଛନ୍ତି। ସମସ୍ତ ଫଟୋରେ ଅଭିନେତ୍ରୀ, ତାଙ୍କ ପରିବାର ଏବଂ ସାଙ୍ଗମାନେ ନଜର ଆସିଛନ୍ତି |ଏକ ଫୋଟରେ ଅଭିନେତ୍ରୀ ତାଙ୍କ ପୁତୁରା ରଙ୍ଗୋଲି ଚାନ୍ଦେଲଙ୍କ ପୁଅ ସହିତ ଖେଳୁଥିବା ନଜର ଆସିଛନ୍ତି। କଙ୍ଗନାଙ୍କ ପୋଷ୍ଟକୁ ତାଙ୍କର ଅନେକ ଫ୍ୟାନ୍ସ ପସନ୍ଦ କରିଛନ୍ତି ।