Odia News Portal

ବଲିଉଡ କୁଇନ୍ କଙ୍ଗନାଙ୍କୁ ହେଲା କରୋନା

ମୁମ୍ବାଇ: ଦେଶରେ ଏବେ ସଂକ୍ରମଣ ଦୃତଗତି ମାଡ଼ି ଚାଲିଛି ।ଆଉ ଏହା ମଧ୍ୟରେ କରୋନା କାୟା ବଲିଉଡ୍ ଜଗତକୁ ମଧ୍ୟ ଆକ୍ରାନ୍ତ କରିଛି । ଆଜି ବଲିଉଡ ଅଭିନେତ୍ରୀ କୁଇନ୍ କଙ୍ଗନା ରାଣାୱତ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଏନେଇ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୂଚନା ଦେଇଛନ୍ତି। ଏହାସହ ପଜିଟିଭ୍ ଚିହ୍ନଟ ହେବାପରେ ସେ ନିଜ ଘରେ ନିଜକୁ କ୍ୱାରେଣ୍ଟିନ୍ କରିଛନ୍ତି । ଏହାସହ ସେ ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଉଥିବା କଥା ମଧ୍ୟ କହିଛନ୍ତି ।

କଙ୍ଗନା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ସେ ଲେଖିଛନ୍ତି କି ସେ କିଛିଦିନ ହେବ ସେ ଦୁର୍ବଳ ଅନୁଭବ କରୁଥିଲେ ଏହାସହ ତାଙ୍କ ଆଖିରେ ଜଳାପୋଡା ହେଉଥିବା କଥା ସେ କହିଛନ୍ତି ।

କଙ୍ଗନା ହିମାଚଳ ଯିବା ପୂର୍ବରୁ ଗତକାଲି ତାଙ୍କର କୋଭିଡ୍ ଟେଷ୍ଟ କରିଥିଲେ ଓ ଆଜି ଏହାର ରିପୋର୍ଟ ପଜିଟିଭ୍ ଆସିଥିବା କଥା ସେ ଲେଖିଛନ୍ତି । ସେ ଖୁବଶୀଘ୍ର କରୋନାରୁ ସୁସ୍ଥ ହୋଇଯିବେ ବୋଲି କହିଛନ୍ତି ।ସେ ଆହୁରି ଲେଖିଛନ୍ତି କି, ‘ଯଦି ଆପଣ କୋଭିଡକୁ ଡରିବେ ସେ ଆପଣଙ୍କୁ ଅଧିକ ଡରାଇବ’ । ଏହା କିଛି ନୁହେଁ ଏହା ଏକ ମାମୁଲି ଉଡନ୍ତା ରୋଗ ।