Odia News Portal

ଦାଦା ସାହେବ ଫାଲକେ ସମ୍ମାନରେ ସମ୍ମାନିତ ହେଲେ ‘କନ୍ତାରା’ ମୁଖ୍ୟ ନାୟକ ରିଷଭ ସେଟ୍ଟୀ

ଦାଦା ସାହେବ ଫାଲକେ ସମ୍ମାନ ପାଇଲେ ‘କନ୍ତାରା’ ଫେମ୍ ରିଷଭ ସେଟ୍ଟୀ। ଗତବର୍ଷ ନିଜ ବ୍ଲକବଷ୍ଟର ଫିଲ୍ମ କନ୍ତାରା ଜରିଆରେ ଅନ୍ତର୍ଜାତୀୟ ଖ୍ୟାତି ଅର୍ଜନ କରିଥିବା ରିଷଭଙ୍କୁ ଦାଦାସାହେବ ଫାଲକେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ୨୦୨୩ ରେ ମୋଷ୍ଟ ପ୍ରମିସିଙ୍ଗ ଅଭିନେତା ପୁରସ୍କାରରେ ସମ୍ମାନିତ କରାଯାଇଛି।
କନ୍ନଡ ଫିଲ୍ମର ସୀମା ଅତିକ୍ରମ କରି ରିଷଭ ବର୍ତ୍ତମାନ ଅଖିଳଭାରତୀୟ ସ୍ତରର ଅଭିନେତା ହୋଇପାରିଛନ୍ତି। କେନ୍ଦ୍ରୀୟ ସେନ୍ସର ବୋର୍ଡର ସଦସ୍ୟ ତଥା ଦାଦାସାହେବ ଫାଲକେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ସିଇଓ ଅଭିଷେକ ମିଶ୍ରା ଏକ ଚିଠି ମାଧ୍ୟମରେ ଏହି ଖବର ଘୋଷଣା କରିଥିଲେ।