Odia News Portal

ଖୁବଶୀଘ୍ର ବିବାହ କରିପାରନ୍ତି କ୍ୟାଟ୍ରିନା

ମୁମ୍ବାଇ: ବଲିଉଡର ହଟ ଆଇଟମ ଗାର୍ଲ କ୍ୟାଟ୍ରିନା କୈଫ୍ ଖବୁଶୀଘ୍ର ବିବାହ କରିପାରନ୍ତି ବୋଲି ସୋସିଆଲ ମିଡିଆରେ ଆରମ୍ଭ ହୋଇଛି ଚର୍ଚ୍ଚା । କ୍ୟାଟ୍ରିନା ଉରି ଫେମ୍ ଭିକ୍କି କୌଶଲଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି । ଉଭୟ ଏକାଠି ବୁଲାବୁଲି କରୁଥିବା ଦେଖିବାକୁ ମିଳୁଛି । ତେବେ ସେମାନେ ପ୍ରେମ ସମ୍ପର୍କରେ ରହିଛନ୍ତି ଏବଂ ଖୁବଶୀଘ୍ର ବିବାହ କରିବା ଲାଗି ଘୋଷଣା କରିପାରନ୍ତି ବୋଲି ମାୟା ନଗରୀରେ ଚର୍ଚ୍ଚା ହେଉଛି ।

ଗଣମାଧ୍ୟମର ରିପୋର୍ଟ କହୁଛି, ଭିକ୍କି ଏବଂ କ୍ୟାଟ୍ରିନା ପରସ୍ପର ସହ ଜୀବନ ବିତାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଖୁବଶୀଘ୍ର ଉଭୟ ସୋସିଅଲ ମିଡିଆରେ ଏହାର ସୂଚନା ଦେଇପାରନ୍ତି ବୋଲି ମଧ୍ୟ ଆଲୋଚନା ହେଉଛି । କିନ୍ତୁ ଭାବିଚିନ୍ତି ଘୋଷଣା କରିବାକୁ ଭିକ୍କିଙ୍କ ବାପା ତାଙ୍କୁ କହିଛନ୍ତି । ଓ୍ୱର୍କଫ୍ରଣ୍ଟ କଥା ଯଦି ଆଲୋଚନା କରିବା ତେବେ ଉରି ଫିଲ୍ମରେ ଭିକ୍କି କୌଶଲଙ୍କ ଅଭିନୟକୁ ବେଶ୍ପ୍ରଶଂସା କରାଯାଇଥିଲା । ଆଗାମୀ ଦିନରେ ଭିକ୍କିଙ୍କୁ ମାନୁଷୀ ଛିଲ୍ଲରଙ୍କ ସହିତ ସ୍କ୍ରିନ୍ଶେୟାର କରୁଥିବାର ଦେଖିବାକୁ ମିଳିବ । ଅନ୍ୟପଟେ କ୍ୟାଟ୍ରିନା କୈଫ୍ଙ୍କ ଅଭିନୀତ ସୂର‌୍ୟ୍ୟବଂଶୀ ଖୁବଶୀଘ୍ର ରିଲିଜ୍ହେବାକୁ ଯାଉଛି । ଫିଲ୍ମରେ ତାଙ୍କ ବିପକ୍ଷରେ ଅକ୍ଷୟ କୁମାରଙ୍କୁ ଦେଖିବାକୁ ମିଳିବ ।