Odia News Portal

ହାତକୁ ଦି ହାତ ହେବେ ମୋନୀ ରୟ

ଫିଲ୍ମ ଜଗତରେ ଏବେ ବିବାହ ଋତୁ ଚାଲିଛି। ଅଭିନେତା ରାଜକୁମାର ଓ ପତ୍ରଲେଖା ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେହିପରି କ୍ୟାଟ୍ରିନା କୈଫ୍‌ ଓ ଭିକ୍କି କୌଶଲଙ୍କ ବିବାହ ଖବର ମଧ୍ୟ ଏବେ ଚର୍ଚ୍ଚାରେ ରହିଛି। ଟିଭି ଅଭିନେତ୍ରୀ ଶ୍ରଦ୍ଧା ଆର୍ଯ୍ୟ ମଧ୍ୟ ହାତକୁ ଦି ହାତ ହୋଇଛନ୍ତି। ତେବେ ବର୍ତ୍ତମାନ ଆଉ ଜଣେ ଅଭିନେତ୍ରୀଙ୍କ ନାଁ ଏହି ତାଲିକାରେ ଯୋଡ଼ି ହୋଇଛି।

ରିପୋର୍ଟ ମୁତାବକ, ମୋନି ୨୭ ଜାନୁଆରୀ ଦିନ ସୁରଜଙ୍କୁ ବିବାହ କରିବେ। ମୋନିଙ୍କର ଜଣେ ଭଉଣୀ ଏକ ଇଣ୍ଟରଭ୍ୟୁରେ ଏହି ବିବାହ ବିଷୟରେ ଖୁଲାସା କରିଛନ୍ତି। ସେ କହିଛନ୍ତି, ମୋନିଙ୍କ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ତାଙ୍କ ବିବାହ ଦୁବାଇ କିମ୍ବା ଇଟାଲୀରେ ହେବ। କିନ୍ତୁ ରିସେପ୍‌ସନ୍‌ ହୋମ୍‌ ଟାଉନ୍‌ରେ ହେବ।

ସୂଚନାଯୋଗ୍ୟ ଯେ ବିବାହ ନେଇ ଏବେ ଯାଏଁ ମୋନି ରାୟ ମୁହଁ ଖୋଲି ନାହାନ୍ତି। ମୋନି ଓ ସୁରଜ ଦୀର୍ଘ ଦିନ ହେଲା ରିଲେସନ୍‌ସିପ୍‌ରେ ଅଛନ୍ତି। ସୁରଜ ପେସାରେ ଜଣେ ବ୍ୟାଙ୍କର, ସେ ଦୁବାଇରେ ରୁହନ୍ତି। ମୋନିଙ୍କ ଫ୍ୟାନ୍‌ମାନେ ଏହି ବିବାହକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି।