Odia News Portal

ଅଭିନୟରୁ ଅବସର ନେବେ ସାଉଥ ଅଭିନେତ୍ରୀ ନୟନତାରା

ସାଉଥର ଲେଡି ସୁପରଷ୍ଟାର ଅଭିନେତ୍ରୀ ନୟନତାରା। ସେ ଆଉ ଅଭିନୟ କରିବେ ନାହିଁ। ସେ ନିଜ ଫ୍ୟାନ୍‌ମାନଙ୍କୁ ଦେଇଛନ୍ତି ଜୋରଦାର ଝଟ୍‌କା। ନୟନତାରା ଅଭିନୟ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏକଥା ଆମେ କହୁନୁ, ସାମ୍ନାକୁ ଆସିଥିବା ଏକ ରିପୋର୍ଟରୁ ଏହା ଜଣାପଡିଛି।

ସାଉଥର ଏହି ଲେଡି ସୁପରଷ୍ଟାର୍ ଏବେ ଲାଇମଲାଇଟ୍ ଠାରୁ ଦୂରେଇ ଯିବେ। ସେ ସ୍ପଟଲାଇଟ୍‌ରୁ ଦୂରେଇ ଯାଇ ନିଜ ବ୍ୟକ୍ତିଗତ ଜୀବନ ଉପରେ ଫୋକସ୍ କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି। ସେ ନିଜ ଯମଜ ସନ୍ତାନ ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି ଏବଂ ନୂଆ କରି ମା’ ହେବାର ଅନୁଭୂତିକୁ ଅନୁଭବ କରିବାକୁ ଚାହୁଁଛନ୍ତି। ସେ ନିଜ ପିଲାଙ୍କ ଉପରେ ଧ୍ୟାନ ଦେବାକୁ ଚାହୁଁଥିବା ରିପୋର୍ଟରେ କୁହାଯାଇଛି।