Odia News Portal

ଆସିଲା ନବାଗତ ନାୟକ ନାୟିକାଙ୍କ “ରିଅଲ ଲଭ ଷ୍ଟୋରୀ”

ଭୁବନେଶ୍ୱର: ଟଙ୍କପାଣି ରୋଡ଼ ସ୍ଥିତ ସାଇ ମନ୍ଦିରଠାରେ ଓଡ଼ିଆ ଚଳଚ୍ଚିତ୍ର ରିୟଲ ଲଭ ଷ୍ଟୋରୀର ଶୁଭାରମ୍ଭ ହୋଇଛି । ପ୍ରଯୋଜକ ସଚ୍ଚିକାନ୍ତ ଜେନା, ବିଜୟ ଦ୍ବୀବେଦି, ବିନି ପଟ୍ଟନାୟକ, ସମାଜସେବୀ ଗଣେଶରାମ ଅଗ୍ରୱାଲ ପ୍ରମୁଖ ଏହି ଚଳଚ୍ଚିତ୍ର ର ଶୁଭାରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରର କାହାଣୀ ରଚନା କରିଛନ୍ତି ଗଣେଶରାମ ଅଗ୍ରୱାଲ, ଚିତ୍ରନାଟ୍ୟ ନିର୍ଦେଶନା ଦେଇଛନ୍ତି ଲୁବୁନ-ଟୁବୁନ , ସଂଗୀତ ନିର୍ଦେଶନା ଦେଉଛନ୍ତି ବୈଦ୍ୟନାଥ ଦାସ, ସଂଳାପ ଓ ଗୀତ ରଚନା କରିଛନ୍ତି ନିର୍ମଳ ନାୟକ, ଚିତ୍ର ଉତ୍ତୋଳନ କରୁଛନ୍ତି ପ୍ରିୟରଞ୍ଜନ ଏବଂ କ୍ରିଏଟିଭ ହେଡ଼ ଅଛନ୍ତି ପ୍ରଣୟ ଜେଠୀ ।
ଚଳଚ୍ଚିତ୍ରରେ ଦର୍ଶକଙ୍କୁ କିମିଆ କରିବେ ନବାଗତ ଯୋଡି ରୋହନ-ତନୁଶ୍ରୀ । ଏବଂ ଶ୍ରୀତମ ଦାସ, ପିଙ୍କି ପ୍ରଧାନ, ସରୋଜ ଦାସ, ଟନିଆ, ପ୍ରଭାତୀ ସାହୁ, କାଳିଆ, ପ୍ରୀତିରାଜ, ବାବୁ ପ୍ରଧାନ, ସୋନାଲି ଙ୍କୁ ଦର୍ଶକ ବିଭିନ୍ନ ଭୂମିକାରେ ଦେଖିବାକୁ ପାଇବେ ।