Odia News Portal

ସାମ୍ନାକୁ ଆସିଲା ପ୍ରଭାସ-ଅନୁଷ୍କାଙ୍କ ସୁନ୍ଦର ଫଟୋ

ସୁପରହିଟ ସିନେମା ‘ବାହୁବଳୀ’ର ଅଭିନେତା ଓ ଅଭିନେତ୍ରୀ ପ୍ରଭାସ ଓ ଅନୁଷ୍କା ସେଟ୍ଟୀଙ୍କ ଯୋଡ଼ି ପ୍ରାୟ ସମସ୍ତଙ୍କର ପସନ୍ଦ । ଦିନେ ଏହି ଯୋଡିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହି ଯୋଡିଙ୍କ ଫ୍ୟାନ୍ସମାନେ ମଧ୍ୟ ପ୍ରଭାସ ଓ ଅନୁଷ୍କା ବିବାହ କରନ୍ତୁ ବୋଲି ଚାହୁଁଥିଲେ । କିନ୍ତୁ ତାହା ବାସ୍ତବରେ ସଫଳ ହୋଇନଥିଲା । ତେବେ ଏହାରି ଭିତରେ ପ୍ରଭାସ ଏବଂ ଅନୁଷ୍କା ଶେଟ୍ଟୀଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଉଭୟ ବର ଏବଂ କନ୍ୟା ପରି ସଜେଇ ହୋଇଥିବାର ଦେଖିବାକୁ ମିଳୁଛି । ଏହା ବ୍ୟତୀତ ଉଭୟ ଷ୍ଚାରଙ୍କ ସହ ଏକ ଛୋଟ ଝିଅ ବସିଥିବାର ଫଟୋ ମଧ୍ୟ ଦେଖିବା ପାଇଁ ମିଳୁଛି ।

ପ୍ରଶଂସକମାନେ ଉଭୟଙ୍କ ଏହି ଫଟୋକୁ ବହୁତ ପସନ୍ଦ କରୁଛନ୍ତି । ସୋଶିଆଲ ମିଡିଆରେ ପ୍ରଭାସ ଏବଂ ଅନୁଷ୍କା ଶେଟ୍ଟୀଙ୍କ ବିବାହ ଫଟୋ ଦେଖିବା ପରେ ପ୍ରଶଂସକମାନେ ଉଭୟଙ୍କୁ ଶୁଭେଚ୍ଛା ଜାଣଇବା ଆରମ୍ଭ କରିଦେଇଛନ୍ତି । ଏହି ଫଟୋ ଅଭିନେତାଙ୍କ ଫ୍ୟାନ୍ସଙ୍କୁ ଦ୍ୱନ୍ଦରେ ପକାଇଛି । ସମସ୍ତେ ଜାଣିବା ପାଇଁ ଚାହୁଁଛନ୍ତି ଯେ, କ’ଣ ସତରେ ଉଭୟ ବିବାହ କରି ନେଇଛନ୍ତି । ବାସ୍ତବରେ ଏହି ଫଟୋଟି ହେଉଛି ଏଆଇର କମାଲ୍ । ଏହି ସମସ୍ତ ଫଟୋକୁ ଏଆଇ ଦ୍ୱାରା ଏଡିଟ୍ କରାଯାଇ ପୋଷ୍ଟ କରାଯାଇଛି । ପ୍ରଭାସ ଏବଂ ଅନୁଷ୍କା ଶେଟ୍ଟୀଙ୍କ ବିବାହ ଫଟୋ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ଦ୍ୱାରା ତିଆରି କରାଯାଇଥିଲା । ଏହି ଫଟୋରେ ଦୁହେଁ ବିବାହ ପୋଷାକରେ ଏକାଠି ଖୁବ ସୁନ୍ଦର ଦେଖାଯାଉଛନ୍ତି । କେବଳ ଏତିକି ନୁହେଁ ବିବାହ ଫଟୋ ସହିତ ଅନୁଷ୍କା ଓ ପ୍ରଭାସ ବାପା ଓ ମା’ ହୋଇଥିବାର ଫଟୋ ବି ସାମ୍ନାକୁ ଆସିଛି। ଯେଉଁଥିରେ ପ୍ରଭାସ ଓ ଅନୁଷ୍କା ଜଣେ କୁନି ଝିଅକୁ ଧରିଥିବା ଦେଖିବାକୁ ମିଳୁଛି।  ପ୍ରଭାସ ଓ ଅନୁଷ୍କାଙ୍କ ଏହି କାଳ୍ପନିକ ଝିଅକୁ ଦେଖି ମଧ୍ୟ ଫ୍ୟାନ୍ସମାନେ ବେଶ ପସନ୍ଦ କରିଛନ୍ତି।