Odia News Portal

ମା ହେବେ ସିଘଂମ ଗର୍ଲ କାଜଲ୍

ସିଙ୍ଘମ ଗର୍ଲ ତଥା ଅଭିନେତ୍ରୀ କାଜଲ ଅଗ୍ରୱାଲ ମାଆ ହେବାକୁ ଯାଉଛନ୍ତି । ଏନେଇ ସେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ବାହାଘରର ୧୧ ମାସ ପରେ ସେ ମାଆ ହେବାକୁ ଯାଉଛନ୍ତି । ସ୍ୱାମୀ ଗୌତମ କିଚଲୁଙ୍କ ସହ ଦାମ୍ପତ୍ୟ ଜୀବନକୁ ସେ ଖୁବ ଉପଭୋଗ କରୁଛନ୍ତି । ଯାହାକି ଆଜି ସେ ସୂଚନା ଦେଇଛନ୍ତି । 

ଏହି ଖବର ଶୁଣିବା ପରେ ଫ୍ୟାନ୍ସଙ୍କ ଖୁସି କହିଲେ ନସରେ । ଏହାସହିତ କାଜଲ ତାଙ୍କ ଆଗାମୀ ଫିଲ୍ମ ନିର୍ମାତାଙ୍କୁ ଏବିଷୟରେ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ କାଜଲ ଗତବର୍ଷ ଅକ୍ଟୋବର ୩୦ରେ ବାହା ହୋଇଥିଲେ । ମୁମ୍ବାଇର ଏକ ଘରୋଇ ସମାରୋହରେ ବ୍ୟବସାୟୀ ଗୌତମ କିଚଲୁଙ୍କୁ ବିବାହ କରିଥିଲେ । କୋଭିଡ-୧୯ର ମାମଲା ବୃଦ୍ଧି ହେଉଥିବାରୁ କେବଳ ପରିବାରର କିଛି ସଦସ୍ୟଙ୍କ ଉପସ୍ଥିତିରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା ।