Odia News Portal

ପ୍ରିୟଙ୍କା ଚୋପ୍ରାଙ୍କୁ ଛାଡି ପାରନ୍ତି ନିକ୍

ନିକଟରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସୋସିଆଲ ସାଇଟରେ ନିଜ ର୍ନାଁରୁ ନିକ୍ ଜୋନ୍ସଙ୍କ ନାଁ ହଟାଇ ଦେବା ପରେ ମନୋରଂଜନ ଜଗତରେ ଏହା ବିଜୁଳି ଭଳି ବ୍ୟାପୀଯାଇଥିଲା । ତାଙ୍କର ପ୍ରତିଟି ପ୍ରଶଂସକ ଏହା ଜାଣିବାକୁ ଚାହୁଁଥିଲେ କି, ବିବାହର ୩ ବର୍ଷ ନପୁରୁଣୁ କ’ଣ ଦୁହିଁଙ୍କର ବିଚ୍ଛେଦ ହେବ?ପ୍ରିୟଙ୍କା ଓ ନିକ୍ ଜୋନ୍ସଙ୍କ ଛାଡପତ୍ର ଖବର ଚାହୁଁ ଚାହୁଁ ଖେଳିଗଲା । ହେଲେ ଏହାକୁ ନେଇ ଚିନ୍ତିତ ହୋଇପଡିଛନ୍ତି ପ୍ରିୟଙ୍କାଙ୍କ ମା’ ଆଉ କ’ଣ କହିଛନ୍ତି ଜାଣିବା ।

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ତାଙ୍କର ଆମେରିକୀୟ ସିଙ୍ଗର ସ୍ୱାମୀ ନିକ୍ ଜୋନ୍ସଙ୍କ ଖବର ଏବେ ପୁଣି ଥରେ ଚର୍ଚ୍ଚାରେ । କଥା ହେଉଛି ପ୍ରିୟଙ୍କା ନିଜ ସୋସିଆଲ ମିଡିଆ ଆକାଉଣ୍ଟରୁ ତାଙ୍କ ସ୍ୱାମୀଙ୍କ ସାଙ୍ଗିଆ ହଟାଇ ଦେଇଛନ୍ତି । ଏହାପରେ ଦୁହିଁଙ୍କ ମଧ୍ୟରେ କିଛି ମନାନ୍ତର ସୃଷ୍ଟି ହୋଇଥିବା ଖବର ଚର୍ଚ୍ଚା ହେଉଛି । ଏହା ପୂର୍ବରୁ ମଧ୍ୟ ଦୁହିଁଙ୍କ ମଧ୍ୟରେ କିଛି ବିବାଦକୁ ନେଇ ଛାଡପତ୍ର ଖବର ମଧ୍ୟ ଶୁଣିବାକୁ ମିଳୁଥିଲା । କିନ୍ତୁ ବାରମ୍ବାର ଏହାକୁ ଅସ୍ୱୀକାର କରିଅସିଛନ୍ତି ପ୍ରିୟଙ୍କା । ନିଜ ନାଁରୁ ନିଜ ସ୍ୱାମୀଙ୍କ ସରନେମ୍ ରଖିବାକୁ ସବୁବେଳେ ଗର୍ବିତ ଅନୁଭବ କରୁଥିବା ପ୍ରିୟଙ୍କା ପ୍ରଥମ ଥର ପାଇଁ ନିଜ ନିକଙ୍କ ନାଁକୁ ‘ଜୋନ୍ସ’ ଅଲଗା କରିଦେଇଛନ୍ତି, ଯାହା ପ୍ରଶଂସକଙ୍କ ସନ୍ଦେହକୁ ଦୃଢ କରିଛି ।