Odia News Portal

ନିଜ ବିବାହକୁ ନେଇ ଖୁଲାସା କଲେ ରଶ୍ମିକା

ଚର୍ଚ୍ଚାରେ ସାଉଥ ସୁନ୍ଦରୀ ରଶ୍ମିକା ମନ୍ଦାନା । ତାଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା’ ରିଲିଜ୍ ହେବା ପରେ ରଶ୍ମିକାଙ୍କ ଡିମାଣ୍ଡ ବଢି ଯାଇଛି ସିନେ ଇଣ୍ଡଷ୍ଟ୍ରିରେ । ତାଙ୍କ ସୁନ୍ଦରତା, ଷ୍ଟାଇଲ୍‌ ଓ ଏକ୍ସପ୍ରେସନ୍‌ ପାଇଁ ଖୁବ୍‌ ଚର୍ଚ୍ଚାରେ ଥାଆନ୍ତି ସେ। ଖୁବ ଶୀଘ୍ର ରଶ୍ମିକା ତାଙ୍କର ପ୍ରଥମ ବଲିଉଡ ଫିଲ୍ମରେ ଡେବ୍ୟୁ କରିବାକୁ ମଧ୍ୟ ଯାଉଛନ୍ତି। ତେବେ ବର୍ତ୍ତମାନ ରଶ୍ମିକା ତାଙ୍କ ଲଭ ଲାଇଫକୁ ନେଇ ଖୁଲାସା କରିଛନ୍ତି ।

ନିକଟରେ ଏକ ଗଣମାଧ୍ୟମ ସାକ୍ଷାତକାରରେ, ଯେତେବେଳେ ରଶ୍ମିକାଙ୍କୁ ତାଙ୍କ ପ୍ରେମ-ସମ୍ପର୍କ ଏବଂ ବିବାହ ବିଷୟରେ ପଚରାଯାଇଥିଲା ,ସେତେବେଳେ ସେ ଅନେକ ଖୁଲାସା କରିଥିଲେ। ସେ କହିଥିଲେ ଯେ, “ମୋ ପାଇଁ ପ୍ରେମ ହେଉଛି ଯେତେବେଳେ ଦୁହେଁ ପରସ୍ପରକୁ ସମ୍ମାନ ଏବଂ ସମୟ ଦେବା ଉଚିତ୍‌ । ଯେତେବେଳେ ଦୁହେଁ ଦୁହିଁଙ୍କୁ ସୁରକ୍ଷିତ ଅନୁଭବ କରିଥାଉ। ପ୍ରେମ ବର୍ଣ୍ଣନା କରିବା କଷ୍ଟକର କାରଣ ଏହା ଭାବନା ଓ ଅନୁଭବ ବିଷୟରେ ଅଟେ। ଏହା ସହ ନିଜ ବିବାହ ବିଷୟରେ ପ୍ରଶ୍ନ ପଚରା ଯିବାରୁ ସେ ଏହାର ଉତ୍ତରରେ କହିଛନ୍ତି ଯେ ତାଙ୍କୁ ଜଣେ ସେହିଭଳି ମଣିଷ ଦରକାର ଯିଏ କି ତାଙ୍କୁ ଭଲ ଭାବେ ବୁଝି ପାରୁଥିବେ ।

ତେବେ ୱର୍କଫ୍ରଣ୍ଟ କଥା କହିବାକୁ ଗଲେ ରଶ୍ମିକା ଖୁବ୍ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତାଙ୍କ ହାତରେ ଦୁଇଟି ବଲିଉଡ୍ ଫିଲ୍ମ ରହିଛି । ପ୍ରଥମଟି ହେଉଛି ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହିତ ‘ମିଶନ ମଜନୁ’ ଏବଂ ଦ୍ୱିତୀୟଟି ହେଉଛି ଅମିତାଭ ବଚ୍ଚନଙ୍କ ସହିତ ‘ଗୁଡ୍ ବାଏ’ । ଖୁବଶୀଘ୍ର ଏହା ରିଲିଜ୍ ହେବ ବୋଲି ଚର୍ଚ୍ଚା ହେଉଛି ।