Odia News Portal

ବିବାହ ପାଇଁ ସଜବାଜ


କେହି ପାଟି ଫିଟାଉ ନ ଥିଲେ ବି ଆରମ୍ଭ ହୋଇଗଲାଣି ସେଲିବ୍ରେସନ। ଜୋରସୋରରେ ଚାଲିଛି ପ୍ରସ୍ତୁତି। ମୁମ୍ବାଇସ୍ଥିତ ଘରେ ଜମିଲାଣି ବନ୍ଧୁବାନ୍ଧବଙ୍କ ଗହଳି। ସେହିପରି ୱେଡିଂ ଡେଷ୍ଟିନେଶନ ରାଜସ୍ଥାନର ମାଧୋପୁରରେ ବି ରିସୋର୍ଟକୁ ଦିଆଯାଉଛି ରୟାଲ ଟଚ୍। କାଲିଠୁ ଆରମ୍ଭ ହୋଇଯିବ ଫଙ୍କସନ୍।

୯ ତାରିଖରେ ପଡ଼ିବ ହାତ ଗଣ୍ଠି। ଆଉ ସବୁ ଦିନ ପାଇଁ ବଲିଉଡର ଚିକନି ଚମେଲି ପାଲଟିଯିବେ ମିସେସ୍ କୌଶଲ ।ରାତି ପାହିଲେ ସଂଗୀତ ଏବଂ ମେହେନ୍ଦି ଫଙ୍କସନ୍ । ରାଜସ୍ଥାନର ସୱାଇ ମାଧୋପୁରର ରିଜର୍ଟର ସିକ୍ସ ସେନ୍ସ ଫୋର୍ଟ ବରୱାରାରେ ୯ ତାରିଖରେ ପଡ଼ିବ ହାତଗଣ୍ଠି। ଏଥିପାଇଁ ଉଭୟ ଭିକି, କ୍ୟାଟ୍ଙ୍କ ଘରେ ଜମିଲାଣି ବନ୍ଧୁବାନ୍ଧବଙ୍କ ଗହଳି। କ୍ୟାଟ୍ଙ୍କ ଘରେ ଆମେରିକାରୁ ତାଙ୍କ ପରିବାର ଲୋକ ପହଞ୍ଚିଗଲେଣି । ଏପରିକି ତାଙ୍କ ମା’, ଭାଇ, ଭଉଣୀ ସବୁ ଏବେ କ୍ୟାଟ୍ଙ୍କ ଘରେ ଡେରା ପକାଇଥିବା ବେଳେ କାଲି ବିଳମ୍ବିତ ରାତିରେ କ୍ୟାଟ୍ ନିଜ ମା’ଙ୍କ ସହ ଦୁଲହା ଭିକିଙ୍କ ଘର ବାହାରେ ସ୍ପଟ ହୋଇଥିଲେ। କ୍ୟାଟ୍ ଏଥେନିକ୍ ଲୁକ୍ରେ ଖୁବ ସୁନ୍ଦର ଲାଗୁଥିଲେ। ଏପରିକି ହ୍ୱାଇଟ୍ ଶାଢ଼ି ସାଙ୍ଗକୁ ମ୍ୟାଚିଙ୍ଗ ଇୟରରିଙ୍ଗରେ କୌଣସି ପରିଠୁ କମ୍ ଲାଗୁ ନ ଥିଲେ ବଲିଉଡର ଶିଲା।
ଡିସେମ୍ବରରେ ପଡ଼ିବ ହାତଗଣ୍ଠି । ଉଭୟଙ୍କ ବିବାହକୁ ୨୦୨୧ର ବଲିଉଡର ସବୁଠୁ ବଡ଼ ବିବାହ ବୋଲି ଆଲୋଚନା ହେଉଛି
ବଲିଉଡର ଏହି ହାଇ ପ୍ରୋଫାଇଲ୍ ମ୍ୟାରେଜ ସେରିମନିକୁ ନେଇ ସବାଇ ମାଧୋପୁର ଜିଲ୍ଲା ପ୍ରଶାସନ ମଧ୍ୟ ଖୁବ୍ ତତ୍ପର । ବିବାହ ସମୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସବାଇ ମାଧୋପୁରର ଜିଲ୍ଲାପାଳ ଉଚ୍ଚସ୍ତରୀୟ ବୈଠକ ଡାକି ସାରିଛନ୍ତି। ଏପରିକି ବିବାହରେ ଯୋଗ ଦେବାକୁ ଆସିବାକୁ ଥିବା ଅତିଥୀମାନେ ଯେପରି ୨ ଡୋଜ ଭ୍ୟାକସିନି ନେଇଥିବେ ତାହାକୁ ବି କଡ଼ାକଡ଼ି ଯାଞ୍ଚ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।