Odia News Portal

ଆଜି ରେଖାଙ୍କ ଜନ୍ମଦିନ, ଜାଣନ୍ତୁ ବଲିଉଡରେ ଏଣ୍ଟ୍ରି ପୂର୍ବରୁ କେମିତି ଥିଲା ରେଖାଙ୍କ ଜୀବନ

ନାଁ ତାଙ୍କର ଭାନୁରେଖା ଗନେଶନ । ହେଲେ ସେ ହେଉଛନ୍ତି ସମସ୍ତଙ୍କର ପ୍ରିୟ ରେଖା । ବଲିଉଡର ଏହି ଭେଟେରାନ ଅଭିନେତ୍ରୀ ସବୁ ପ୍ରକାର ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମହଲରେ ଛାପ ଛାଡ଼ିଛନ୍ତି । ହସ ହସ ମୁହଁ ଆଉ ବୟସ ବଢ଼ିଥିଲେ ସୁଦ୍ଧା ସୌନ୍ଦର୍ଯ୍ୟର ମାଧୁର୍ଯ୍ୟ ସମସ୍ତଙ୍କ ବିମୋହିତ କରିଥାଏ । ତେବେ ବଲିଉଡର ଆଗଧାୀଡିର ଏହି କଳାକାରଙ୍କ ଆଜି ହେଉଛି ଜନ୍ମଦିନ । ୬୭ ବର୍ଷ ବୟସରେ ପାଦ ଥାପିଛନ୍ତି ରେଖା । ତାଙ୍କ ଜନ୍ମଦିନରେ ଆମର ଏହି ସ୍ୱତନ୍ତ୍ର ଉପସ୍ଥାପନାରେ ଜଣାଇବୁ ରେଖାଙ୍କ ରହସ୍ୟ ।

ସବୁବେଳେ ମୁହଁରେ ତାଙ୍କର ଖିଲି ଖିଲି ହସ । ଯିଏ ବି ଦେଖିବ ସେ କହିବ ତାଙ୍କ ଜୀବନରେ କେବେ ବି ଦୁଃଖ ଆସିନି । ହେଲେ ହସକୁଳି ରେଖାଙ୍କ ଜୀବନ ବେଶ ଦୁଃଖମୟ । ପିଲାଟି ଦିନରୁ ହିଁ ରେଖା ସଂଘର୍ଷ କରିଛନ୍ତି । ୧୯୫୪ ମସିହା ଆଜିର ଦିନରେ ଚେନ୍ନାଇରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ଜେମନି ଗଣେଷନ । ସେ ତେଲୁଗୁ ଫିଲ୍ମର ଜଣେ ଜଣାଶୁଣା କଳାକାର ଥିଲେ । ରେଖାଙ୍କ ମା ମଧ୍ୟ ଜଣେ ବଡ଼ ଅଭିନେତ୍ରୀ ଥିଲେ । ବାପା ମାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପିଲାଟି ଦିନରୁ ହିଁ ସେ ଫିଲ୍ମରେ ଅଭିନୟ କରିବା ଲାଗି ମନ ବଳାଇଥିଲେ । ହେଲେ ରେଖାଙ୍କ ବାପା ତାଙ୍କ ମାଙ୍କୁ ଗୁପ୍ତ ବିବାହ କରିଥିଲେ । ଆଉ ସେ ପୂର୍ବରୁ ଅନ୍ୟ ଜଣଙ୍କୁ ବାହା ହୋଇଥିଲେ । ଆଉ ଶେଷରେ ସେ ରେଖା ଏବଂ ତାଙ୍କ ମାଙ୍କୁ ଗ୍ରହଣ କରିନଥିଲେ । ଯେଉଁ କାରଣରୁ ରେଖା ଏବଂ ତାଙ୍କ ମା ବହୁ ଆର୍ଥିକ ସ୍ଥିତି ଦେଇ ଗତି କରିଥିଲେ । କିନ୍ତୁ ଫିଲ୍ମରେ ଅଭିନୟ କରିବା ଲାଗି ତାଙ୍କର ଥିଲା ପ୍ରବଳ ଆଗ୍ରହ । ଆଉ ସେ ୧୯୬୬ରେ ତେଲୁଗୁ ଫିଲ୍ମ ରଙ୍ଗଲା ରତନମରେ କାମ କରିବାର ସୁଯୋଗ ପାଇଥିଲେ । ତାଙ୍କ ଅଭିନୟ ସମସ୍ତ ଦର୍ଶକଙ୍କୁ ବେଶ ଛୁଇଁଥିଲା । ଆଉ ଏହାପରେ ଧିରେ ଧିରେ ସେ ବଲିଉଡରେ ପାଦ ଥାପିଥିଲେ । ଚେନ୍ନାଇ ଛାଡ଼ି ମୁମ୍ବାଇରେ ପହଞ୍ଚିଥିଲେ ରେଖା । ବଲିଉଡରେ ଅଭିନୟ କରିବା ଲାଗି ସେ ବହୁ ସଂଘର୍ଷ କରିଥିଲେ । ଆଉ ଶେଷରେ ସେ ବଲିଉଡରେ ନାଁ କମେଇଲେ । ତାଙ୍କ ଅଭିନୟର ଜଲୱା ସମସ୍ତଙ୍କୁ ଫିଦା କରିଥିଲା । ଆଉ ବଲିଉଡର ବହୁ ଆଗଧାଡ଼ିର କଳାକାରମାନେ ମଧ୍ୟ ତାଙ୍କ ଲାଗି ଫିଦା ହୋଇଥିଲେ । ଏମିତିକି ରେଖାଙ୍କୁ ଅନେକ ଲୋକ ପ୍ରପୋଜ ମଧ୍ୟ କରିଥିଲେ । କିନ୍ତୁ ଜଣେ ଜ୍ୟୋତିଷ ରେଖାଙ୍କ ହାତ ଦେଖି କହିଥିଲେ କି ଜୀବନରେ ଅପାଣ ସ୍ୱାମୀଙ୍କ ପ୍ରେମରୁ ଆପଣ ବର୍ତିତ ରହିବେ । ତେବେ ପ୍ରଥମେ ପ୍ରଥମେ ରେଖା ଏହାକୁ ବିଶ୍ୱାସ କରି ନଥିଲେ । ଏମିତିକି ରେଖାଙ୍କ ସହ ପ୍ରଥମେ ନବୀନ ନିଶ୍ଚଳଙ୍କ ନାଁ ଯୋଡ଼ି ହୋଇଥିଲା । କିନ୍ତୁ ରେଖା ନିଜର କ୍ୟାରିୟର ଲାଗି ଦୂରେଇ ରହିଥିଲେ । ଆଉ ନବୀନଙ୍କ ଏକତରଫା ପ୍ରେମ ସ୍ୱପ୍ନରେ ରହିଯାଇଥିଲା । ଆଉ ପରେ ପରେ ବଲିଉଡର ସଞ୍ଜୁବାବା ବା ସଞ୍ଜୟ ଦତଙ୍କ ସହ ମଧ୍ୟ ରେଖାଙ୍କ ନାମକୁ ଯୋଡ଼ାଯାଇଥିଲା । ଏପରିକି ବିବାହ ପର୍ଯ୍ୟନ୍ତ ମଧ୍ୟ କଥା ଯାଇଥିଲା । ଏହା ସହ ବିଗ ବି ଅମିତାଭ ବଚନଙ୍କ ସହ ରେଖାଙ୍କୁ ନେଇ ଚର୍ଚ୍ଚା ହୋଇଥିଲା । ଉଭୟଙ୍କ ଯୋଡ଼ି ଦର୍ଶକଙ୍କୁ ବେଶ ପସନ୍ଦ ଆସୁଥିଲା । ଆଉ ଉଭୟ ଲୁଚି ଲୁଚି ଦେଖା କରୁଥିବା ମଧ୍ୟ କୁହାଯାଉଥିଲା । ହେଲେ ଅମିତାଙ୍କ ପତ୍ନୀ ଜୟା ଯେତେବେଳେ ଘଟଣାରେ ହସ୍ତକ୍ଷେପ କଲେ ତାପରେ ସେମାନଙ୍କ ସମ୍ପର୍କ ଭାଙ୍ଗିଯାଇଥିଲା । ଏମିତି ଅନେକ କଳାକାରଙ୍କ ସହ ରେଖାଙ୍କ ନାଁକୁ ଯୋଡ଼ା ଯାଇଥିଲା । ଯେଉଁଥିରେ ରହିଛନ୍ତି, ବିନୋଦ ମେହେରା, ଅକ୍ଷୟ କୁମାର, କିରଣ କୁମାର, ଜିତେନ୍ଦ୍ର ଏବଂ ଶତ୍ରୁଘ୍ନ ସିହ୍ନା । କିନ୍ତୁ ଶେଷରେ ୧୯୯୦ରେ ଦିଲ୍ଲୀର ଜଣେ ବିଶିଷ୍ଟ ଶିଳ୍ପପତି ମୁକେଶ ଅଗ୍ରୱାଲଙ୍କ ସହ ରେଖାଙ୍କ ବିବାହ ହୋଇଥିଲା । ହେଲେ ସେମାନଙ୍କ ସମ୍ପର୍କ ବେଶି ଦିନ ରହିନଥିଲା । କାହିଁକି ନାଁ ତାଙ୍କ ସ୍ୱାମୀ ଲଣ୍ଡନରେ ଆତ୍ମହତ୍ୟା କରିଥିଲେ । ଏହାପରଠୁ ରେଖା ଏକା ହିଁ ରହିଯାଇଛନ୍ତି । ତାଙ୍କ ଜୀବନୀକୁ ନେଇ ଅନେକ ଲୋକ ଅନେକ ଚର୍ଚ୍ଚା ମଧ୍ୟ କରୁଛନ୍ତି । ରେଖା ବିଧବା ହୋଇ ମଧ୍ୟ ଆଜି ବି ସଧବାଙ୍କ ଭଳି ସିନ୍ଦୁର ଲଗାଉଛନ୍ତି । ତେବେ ସେ ଅମିତାଭଙ୍କ ନାାଁରେ ସିନ୍ଦୁର ନାଉଥିବା ନେଇ ଚର୍ଚ୍ଚା ହୁଏ ।