Odia News Portal

ଓଡ଼ିଆ ଯବାନଙ୍କ ଉପରେ ଭାରି ପଡ଼ିଲେ ଭାଇଜାନ୍

ମୁମ୍ବାଇ: ମୁମ୍ବାଇ ବିମାନବନ୍ଦରରେ ସଲମାନ ଖାନଙ୍କୁ ଅଟକାଇ ରାତାରାତି ଚର୍ଚ୍ଚାକୁ ଆସିଥିବା ସିଆଇଏସ୍ଏଫ୍ ଏଏସ୍ଆଇ ସୋମନାଥ ମହାନ୍ତିଙ୍କ ବଢ଼ିଲା ଅଡ଼ୁଆ । ଘଟଣା ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶ କରିବା ତାଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି । ସିଆଇଏସ୍ଏଫ୍ ପକ୍ଷରୁ ସୋମନାଥଙ୍କ ମୋବାଇଲ୍କୁ ଜବତ କରାଯାଇଛି। ଘଟଣା ସମ୍ପର୍କରେ ଗଣମାଧ୍ୟମକୁ ଜଣାଇବା ଫଳରେ ସିଆଇଏସ୍ଏଫ୍ର ପ୍ରୋଟକଲ ଖିଲାପ ହୋଇଥିବାରୁ ତାଙ୍କ ମୋବାଇଲ ଜବତ କରା ଯାଇଥିବା କୁହାଯାଇଛି। ସେ ଯେପରି ଗଣମାଧ୍ୟମ ସହ ଆଉ କୌଣସି ପ୍ରକାର କଥା ହୋଇ ନ ପାରିବେ, ସେଥିଲାଗି ତାଙ୍କ ମୋବାଇଲ୍କୁ ଜବତ କରାଯାଇଛି ବୋଲି ସିଆଇଏସ୍ଏଫ୍ ପକ୍ଷରୁ କୁହାଯାଇଛି।