Odia News Portal

ଏହିଦିନ ରିଲିଜ ହେବ ‘ଶେରଶାହ’

ମୁମ୍ବାଇ: ସିଦ୍ଧାର୍ଥ ମାଲହୋତ୍ରା-କିଆରା ଆଡ଼ଭାନୀ ଅଭିନୀତ ବହୁ ପ୍ରତୀକ୍ଷିତ ବଲିଉଡ଼ ଚଳଚ୍ଚିତ୍ର ‘ଶେରଶାହ’ର ମୁକ୍ତିଲାଭ ତାରିଖ ଗୁରୁବାର ଘୋଷଣା କରାଯାଇଛି। ଅଗଷ୍ଟ ୧୨ ତାରିଖରେ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିବ ଏହି ଚଳଚ୍ଚିତ୍ର। ଆମାଜନ ପ୍ରାଇମ ଭିଡିଓ ଆଜି ନିଜ ଟ୍ୱିଟର ଆକାଉଣ୍ଟରେ ଫିଲ୍ମର ଏକ ଭିଡିଓ ଶେୟାର କରି ମୁକ୍ତିଲାଭ ତାରିଖ ଘୋଷଣା କରିଛି। ପୂର୍ବରୁ ଜୁଲାଇ ୨ ତାରିଖରେ ପ୍ରେକ୍ଷାଳୟରେ ଏହାକୁ ମୁକ୍ତିଲାଭ କରିବାକୁ ଧାର‌୍ୟ୍ୟ କରାଯାଇଥିଲା। କ୍ୟାପ୍ଟେନ ବିଷ୍ଣୁ ବର୍ଦ୍ଧନଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ଶେରଶାହ’ କାର୍ଗିଲ ଯୁଦ୍ଧର ହିରୋ କ୍ୟାପ୍ଟେନ ବିକ୍ରମ ବତ୍ରାଙ୍କ ଜୀବନ କାହାଣୀ ଉପରେ ଆଧାରିତ।