Odia News Portal

ସିଡ୍-କିଆରା ରିସେପସନରେ ଅନେକ ସିନେତାରକାଙ୍କ ସହ ଯୋଗଦେଲେ ଆକାଶ ଅମ୍ବାନୀ ଓ ତାଙ୍କ ପତ୍ନୀ

ବଲିଉଡ଼ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏବଂ ଅଭିନେତ୍ରୀ କିଆରା ଆଡଭାନୀ ଗତ ୭ ତାରିଖରେ ରାଜସ୍ଥାନ ଜୟସାଲେମର୍ସ୍ଥିତ ସୂର୍ୟ୍ୟଗଡ଼ ପ୍ୟାଲେସରେ ବାହାହେବା ପରେ ଗତକାଲି ମୁମ୍ବାଇରେ ପହଞ୍ଚିଛନ୍ତି। ଗତକାଲି ସେମାନେ ମୁମ୍ବାଇର ସେଣ୍ଟ ରେଜିସ୍ ହୋଟେଲରେ ଭୋଜି ଦେଇଥିବା ବେଳେ ଏହି ଭୋଜିରେ ଜୁହି ଚାୱଲା, ଅନୀଲ କପୁର, ଶାହରୁଖ ଖାନ୍, ଅଜୟ ଦେବଗନ, ଅକ୍ଷୟ କୁମାର, କରଣ ଜୋହର, ସାହିଦ କପୁର, ବରୁଣ ଧାୱନ ଏବଂ ମନିଷ ମାଲହୋତ୍ରା ପ୍ରମୁଖ ଯୋଗ ଦେଇଥିବା ସୂଚନା ରହିଛି।
କେବଳ ଚଳଚ୍ଚିତ୍ର ଦୁନିଆରୁ ନୁହେଁ ବରଂ ସିଦ୍ଧାର୍ଥ ଓ କିଆରାଙ୍କ ଭୋଜିରେ ମୁକେଶ ଅମ୍ବାନୀଙ୍କ ବଡ଼ ପୁଅ ଆକାଶ ଅମ୍ବାନୀ ଓ ତାଙ୍କ ପତ୍ନୀ ପତ୍ନୀ ଶ୍ଳୋକା ମେହେଟା ବି ପହଞ୍ଚିଥିଲେ।
ଆକାଶ ଓ ଶ୍ଳୋକା ଉଭୟ କଳା ରଂଗର ପୋଷାକ ପିନ୍ଧି ପାର୍ଟିରେ ନଜର ଆସିଥିଲେ। ସେମାନେ ଫଟୋଗ୍ରାଫର୍ଙ୍କୁ ପୋଜ୍ ଦେଇ ଫଟୋ ବି ଉଠାଇଛନ୍ତି। ଆକାଶ ଓ ଶ୍ଳୋକା ନବ ବିବାହିତା ଯୋଡ଼ିଙ୍କୁ ବିବାହ ପାଇଁ ଶୁଭେଚ୍ଛା ଦେଇଛନ୍ତି।
ଆହୁରି ମଧ୍ୟ ଆକାଶଙ୍କ ଭଉଣୀ ବା ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀଙ୍କୁ କିଆରାଙ୍କ ସଂଗୀତରେ ଦେଖିବାକୁ ମିଳିଥିଲା।ବାହାଘର ପରେ ସେମାନେ ଦିଲ୍ଲୀ ଆସି ବନ୍ଧୁ ଓ ସଂପର୍କୀୟଙ୍କୁ ହୋଟେଲ ଲୀଲା ପ୍ୟାଲେସରେ ଗତ ୯ ତାରିଖରେ ଭୋଜି ଦେଇଥିଲେ।