Odia News Portal

ନିର୍ବାଚନ ଲଢ଼ିବେ ସୋନୁଙ୍କ ଭଉଣୀ

ଚଣ୍ଡିଗଡ଼: କରୋନା କାଳରେ ସାଧାରଣ ଲୋକଙ୍କୁ ସାହାର୍ଯ୍ୟ କରି ସମସ୍ତଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ଅଭିନେତା ସୋନୁ ସୁଦଙ୍କ ଭଉଣୀ ମାଳବିକା ରାଜନୀତି ମୈଦାନକୁ ଓହ୍ଲାଇବେ । ପଞ୍ଜାବ ସାଧାରଣ ନିର୍ବାଚନରେ ସେ ପ୍ରାର୍ଥୀ ହେବେ । ତେବେ କେଉଁ ଦଳରେ ସାମିଲ ହେବେ ତାହା ସେ ସ୍ପଷ୍ଠ କରିନାହାନ୍ତି । ମାଳବିକାଙ୍କୁ ସମର୍ଥନ କରିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ନିଜେ ରାଜନୀତିରେ ଯୋଗ ଦେବା କଥାକୁ ଅସ୍ବୀକାର କରି ସେ କହିଛନ୍ତି ଯେ, ଶିକ୍ଷା ଏବଂ ସ୍ବାସ୍ଥ୍ୟ ପ୍ରତି ତାଙ୍କ ପରିବାରର ଆଗ୍ରହ ରହିଛି। ତାଙ୍କ ପରିବାର ପଞ୍ଜାବବାସୀଙ୍କ ସେବା କରିବାକୁ ଚାହାନ୍ତି।