Odia News Portal

କରୋନାରୁ ସୁସ୍ଥ ହେଲେ ଶ୍ରମିକଙ୍କ ହିରୋ ସୋନୁ ସୁଦ୍

ମୁମ୍ବାଇ: କରୋନାରୁ ସୁସ୍ଥ ହୋଇଛନ୍ତି ଅଭିନେତା ସୋନୁ ସୁଦ୍ । ଆଜି କରୋନାରୁ ସୁସ୍ଥ ହୋଇ ଫେରିଛନ୍ତି ସୋନୁ । ଆଉ ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଟ୍ୱିଟ କରି ସୋନୁ ନେଗେଟିଭ୍ ଥିବା ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଗତ ୧୭ ତାରିଖରେ ସୋନୁ କରୋନା ପଜିଟିଭ ଚିହ୍ନଟ ହେବା ପରେ ନିଜକୁ ସଙ୍ଗରୋଧରେ ରଖିଥିଲେ । ଆଉ ଟ୍ୱିଟ କରି ସେ କୋଭିଡ ପଜିଟିଭ ହୋଇଥିବା ଜଣାଇଥିଲେ | ଏବଂ ତାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ । ଏପରିକି ପଜିଟିଭ ଚିହ୍ନଟ ହେବା ଦ୍ୱାରା ଲୋକଙ୍କ ପାଇଁ କାମ କରିବାକୁ ଅଧିକ ସମୟ ମିଳିଗଲା ବୋଲି କହିଥିଲେ ଅଭିନେତା ସୋନୁ ସୁଦ୍ ।ସେହିଭଳି ଆଉ ଗୋଟିଏ ଟ୍ୱିଟରେ ସୋନୁ ସୁଦ ଲେଖିଛନ୍ତି, ‘ଅଗଷ୍ଟ ୧୫ରେ ଦେଶଭକ୍ତି ଦେଖାଉଥିବା ଲୋକଙ୍କ ପାଇଁ ଖାସ ସନ୍ଦେଶ, ଦେଶ ପାଇଁ କିଛି କରିବା ଓ ଦେଶଭକ୍ତି ଦେଖାଇବାକୁ ଏହି ସମୟ ଠାରୁ ଅଧିକ ଜରୁରୀ ସମୟ କେବେ ଆସିବନି।

ଏହାସହ ସେ ତ୍ରିରଙ୍ଗା ଓ ନମସ୍କାରର ଏକ ଇମୋଜୀ ସେୟାର କରିଛନ୍ତି।’ ଏହା ପୂର୍ବରୁ ସେ ଆଉ ଏକ ଟ୍ୱିଟ କରିଥିଲେ। ସେଥିରେ ସେ ଲେଖିଥିଲେ, ବର୍ତ୍ତମାନ ଏହି ସଙ୍କଟ ସମୟରେ ଲୋକେ ୩ଟି ଜିନିଷ ମାଗୁଛନ୍ତି-ଅକ୍ସିଜେନ୍, ରେମଡେଶିଭିର୍ ଓ ବେଡ୍। ସେ ଲେଖିଛନ୍ତି ଯେ ବେଳେବେଳେ ସେ ସାହାଯ୍ୟ କରିବାରେ ସଫଳ ହେଉଛନ୍ତି ତ କେତେବେଳେ ଫେଲ ହୋଇଯାଉଛନ୍ତି। ସୋନୁ ସୁଦ ନିକଟରେ ମଧ୍ୟପ୍ରଦେଶକୁ ଅକ୍ସିଜେନ ପଠାଇଥିଲେ। ତାଛଡା ସୋସିଆଲ ମିଡ଼ିଆ ଜରିଆରେ ସେ ଲଗାତାର ଲୋକଙ୍କୁ ଯେତେ ସମ୍ଭବ ସାହାଯ୍ୟ କରୁଛନ୍ତି।