Odia News Portal

ଗିରଫ ଭୟରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ କଣ୍ଠଶିଳ୍ପୀ ସୌରିନ ଭଟ୍ଟ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ସହ ଆଗୁଆ ଜାମିନ ଆବେଦନ କଲେ କଣ୍ଠଶିଳ୍ପୀ ସୌରୀନ ଭଟ୍ଟ । କଟକ ମହିଳା ଥାନାରେ ରୁଜୁ ମାମଲାରେ ଆଗୁଆ ଜାମିନ ପାଇଁ ଆଜି ସୌରିନ ହାଇକୋର୍ଟରେ ଆବେଦନ ଦାୟର କରିଛନ୍ତି। ସେ ନିର୍ଦ୍ଦୋଷ ଓ ତାଙ୍କ ବିରୋଧରେ ଥିବା ଅଭିଯୋଗ ଭିତ୍ତିହୀନ ଓ ଉଦ୍ଦେଶ୍ୟମୂଳକ ବୋଲି ଆବେଦନରେ ଦର୍ଶାଇ ସୌରିନ ଆଗୁଆ ଜାମିନ ପ୍ରଦାନ ପାଇଁ ପ୍ରାର୍ଥନା କରିଛନ୍ତି।
ସୂଚନାଯୋଗ୍ୟ, ବିହାରର ପ୍ରଲୋଭନ ଦେଖାଇ ଏବଂ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିବା, ନିର‌୍ୟାତନା ଦେବା ଓ ଶୋଷଣ କରିବା ନେଇ ସୌରିନ ଭଟ୍ଟଙ୍କ ବିରୋଧରେ ଜଣେ ଓଡ଼ିଆ ଗାୟିକା କଟକ ମହିଳା ଥାନାରେ ଏତଲା ଦେଇଥିଲେ। ଏହା ପରଠୁ ପୋଲିସ ପକ୍ଷରୁ ସୌରିନଙ୍କ ଗିରଫ ପାଇଁ ଉଦ୍ୟମ ଜାରି ରହିଛି।
ପୁଲିସ ଏକ ମାମଲା ରୁଜୁ କରି ଗଲା ୨୧ ତାରିଖରେ କଲିକତା ସହରର ବାଲିଗଙ୍ଗ ଥାନା ଅଞ୍ଚଳରେ ଥିବା ସୌରିନଙ୍କ ଘରେ ଚଢ଼ଉ କରିଥିଲା। ସେଠାରେ ସୌରିନ୍ ଗଲା ୭ ଦିନ ହେବ ଅନୁପସ୍ଥିତ ଥିବା ପରିବାର ଲୋକେ ପୁଲିସକୁ ସୂଚନା ଦେଇଥିଲେ। ସେ ଦିଲ୍ଲୀରେ ରହୁଥିବା କୁହାଯାଇଥିଲା। କିନ୍ତୁ ତାଙ୍କ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ଥିବାରୁ ପୁଲିସ ତାଙ୍କ ସହିତ ଯୋଗାଯୋଗ କରି ପାରି ନଥିଲା।