Odia News Portal

ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ନିଳାନ୍ଦ୍ରୀ ଭକ୍ତନିବାସରେ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ଏଥିରେ ମହାପ୍ରଭୁଙ୍କ ଜମିଜମା ସହ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରାୟ ୧୯୦ କୋଟି ଟଙ୍କାର ବଜେଟ୍ ଉପରେ ଆଲୋଚନା ହେବ । ଏଥିସହ ସେବାୟତ, ବରିଷ୍ଠ ଅଧିକାରୀ ଓ ଜେଟିପିଙ୍କ ଡ୍ରେସ୍କୋଡ୍ ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । ଖ୍ୟ ପ୍ରଶାସକ, ଉନ୍ନୟନ ପ୍ରଶାସକ ଆଦି ବରିଷ୍ଠ ଅଧିକାରୀମାନେ ଧଳା ପାଇଜାମା ଓ କୁର୍ତା ପରିଧାନ କରି ଗର୍ଭଗୃହକୁ ପ୍ରବେଶ କରିବେ । ସେହିପରି ଜେଟିପି ଓ ଚର୍ଚ୍ଚା ମାନଙ୍କ ପାଇଁ ଖାକି ଧୋତି ଡ୍ରେସ୍କୋର୍ଡ କରାଯାଇଛି । ଆଜିର ପରିଚାଳନା କମିଟି ବୈଠକରେ ଡ୍ରେସ୍କୋର୍ଡ ଉପରେ ଚୂଡାନ୍ତ ମୋହର ଲାଗିପାରେ