Odia News Portal

ଦିପାବଳୀରେ ପରଦାକୁ ଆସିବ ‘ସୂର୍ଯ୍ୟବଂଶୀ’

ମୁମ୍ବାଇ: ପରଦାକୁ ଆସିବ ଆକ୍ସନ ମୁଭି ସୂର୍ଯ୍ୟବଂଶୀ । ଦିପାବଳୀରେ ମଲ୍ଟିଷ୍ଟାରଙ୍କୁ ନେଇ ଏହି ଚଳଚ୍ଚିତ୍ରଟି ରିଲିଜ ହେବାକୁ ଯାଉଛି । ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ଏବଂ ଅକ୍ଷୟ କୁମାର ପ୍ରଥମ ଥର ପାଇଁ ‘ସୁର୍ୟ୍ୟବଂଶୀ’ ସହିତ ବଡ ପରଦାରେ ଆସିବେ। ଏହି ଚଳଚ୍ଚିତ୍ରରେ କ୍ୟାଟ୍ରିନା କୈଫ ରୋହିତଙ୍କ ସହ ତାଙ୍କର ପ୍ରଥମ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଏହି ଫିଲ୍ମରେ ଅକ୍ଷୟ କୁମାର, କଟ୍ରିନି କୈଫଙ୍କ ସହିତ ଅଜୟ ଦେବଗନ ଏବଂ ରଣବୀର ସିଂ ମଧ୍ୟ ନଜର ଆସିବେ ।
ନଭେମ୍ବର ୫ ତାରିଖରେ ରିଲିଜ ହେବାକୁ ଥିବା ଏହି ଚଳଚ୍ଚିତ୍ର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ୨୦୨୦ରୁ ପ୍ରସ୍ତୁତ ଏହି ଚଳଚ୍ଚିତ୍ରଟି କରୋନା କଟକଣା ପରେ ମହାରାଷ୍ଟ୍ରରେ ମୁକ୍ତିଲାଭ କରିଥିବା ପ୍ରଥମ ଚଳଚ୍ଚିତ୍ର ହେବ । ତେବେ ଫିଲ୍ମର ଷ୍ଟାରକାଷ୍ଟ ଥିଏଟରରେ ଦର୍ଶକମାନଙ୍କୁ ବେଶ୍ ଆକର୍ଷିତ କରିବ ବୋଲି ଆଶା କରିଛନ୍ତି ନିର୍ମାତା । ଅକ୍ଷୟଙ୍କ ‘ବେଲ ବଟମ’ ପ୍ରାୟ ୧୬୦୦ ପରଦାରେ ମୁକ୍ତିଲାଭ କରିଥିଲା । ତେବେ ସୁର୍ୟ୍ୟବଂଶୀ ସମଗ୍ର ଭାରତରେ ୩୨୦୦ ରୁ ଅଧିକ ସିନେମା ହଲରେ ରିଲିଲ ହେବ ।