କନ୍ନଡ଼ ଫିଲ୍ମ‘‘କେଡି : ଦ ଡେଭିଲ୍’’ ଏକ ବିବାଦୀୟ ଗୀତକୁ ନେଇ ଏବେ ସିଙ୍ଗର ମଙ୍ଗଲୀ ତାଙ୍କର ନୀରବତା ଭାଙ୍ଗିଛନ୍ତି । ଗୀତର ଲିରିକ୍ସକୁ ନେଇ ସୋସିଆଲ ମିଡିଆରେ ବିରୋଧ ଏବଂ ଉତ୍ତେଜନା ସୃଷ୍ଟି ହେବା ପରେ ମଙ୍ଗଲୀ ଗତକାଲି ସାର୍ବଜନିକ ଭାବେ କ୍ଷମା ପ୍ରାର୍ଥନା କରିଛନ୍ତି ।ଏହାରି ମଧ୍ୟରେ ଲୋକଙ୍କ ଭାବନାକୁ ଆଘାତ ହୋଇଛି ଏବଂ ଜଣେ ସିଙ୍ଗର ଭାବେ ସେ ଏହାକୁ ସମ୍ମାନ କରନ୍ତି ବୋଲି ସ୍ବୀକାର କରିଛନ୍ତି । ବିବାଦୀୟ ଲିରିକ୍ସକୁ ସଂଶୋଧନ କରାଯିବ ଏବଂ ଏହାର ନୂଆ ଭର୍ସନ ଖୁବ୍ ଶୀଘ୍ର ଦର୍ଶକଙ୍କ ସାମ୍ନାକୁ ଆସିବ ବୋଲି ମଧ୍ୟ ସେ ପ୍ରତିଶ୍ରୁତି ଦେଇଛନ୍ତି । ରିଲିଜ ହୋଇଥିବା ଏହି ଗୀତର ସମସ୍ତ ହିନ୍ଦୀ, କନ୍ନଡ଼, ମାଲାୟାଲାମ, ତାମିଲ ଏବଂ ତେଲୁଗୁ ଭାଷାକୁ ହଟାଇ ଦିଆଯାଇଛି ।ଏଥିସହିତ ମଙ୍ଗଲୀ ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ‘‘ଲୋକଙ୍କ ଭାବନାକୁ ସମ୍ମାନ ଜଣାଇ ସମସ୍ତ ପ୍ଲାଟଫର୍ମରୁ ଗୀତକୁ ହଟାଇ ଦିଆଯାଇଛି । ଅଜାଣତରେ ହୋଇଥିବା ଭୁଲ୍ ପାଇଁ ସମସ୍ତଙ୍କୁ ଆନ୍ତରିକ ଭାବେ କ୍ଷମା ମାଗୁଛି । କାହାର ଭାବନାକୁ ଆଘାତ ଦେବା ଆମର ଉଦ୍ଦେଶ୍ୟ ନଥିଲା । ଏହି ଭୁଲ୍ ପାଇଁ ଆମେ ଦୁଃଖିତ ।’’ଗୀତର ଲିରିକ୍ସକୁ ସଂଶୋଧନ କରି ବର୍ତ୍ତମାନ ଅପଡେଟ୍ କରାଯାଇଛି । ଯାହା ଆଜି ସନ୍ଧ୍ୟାରେ ରିଲିଜ ହେବ ଏବଂ ଏଭଳି ଭୁଲ୍ କେବେ ନହେବ ବୋଲି ମଧ୍ୟ ସମସ୍ତଙ୍କୁ ଆଶ୍ବସନା ଦେଇଛନ୍ତି । ଏହାରି ମଧ୍ୟରେ ମଙ୍ଗଲୀ ମ୍ୟୁଜିକ୍ ଡାଇରେକ୍ଟର ଏବଂ ଫିଲ୍ମ ନିର୍ମାତା ତାଙ୍କୁ ସହଯୋଗ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ବ୍ୟତୀତ ସିଙ୍ଗର ତାଙ୍କ କ୍ଷମା ପ୍ରାର୍ଥନା ପୋଷ୍ଟର କମେଣ୍ଟକୁ ବନ୍ଦ କରି ଦେଇଛନ୍ତି ।ଅନ୍ୟପଟେ ଏହି ବିବାଦ ପରେ ନୋରା ତାଙ୍କ ଇନଷ୍ଟାଗ୍ରାମ ପେଜରେ ନିଜର ବୟାନ ରଖିଥିଲେ । ହେଲେ ଏବେ ନୋରା ଏହି ବିବାଦଠାରୁ ଦୂରେଇ ରହିବା ସହ କହିଛନ୍ତି ଯେ, ‘‘ମୁଁ ଦେଖୁଛି ଯେ କିଛି ଲୋକ ଏହି ସୁଯୋଗର ଫାଇଦା ଉଠାଇ ମୋ ଚରିତ୍ରକୁ ଖରାପ କରିବାକୁ ଚେଷ୍ଟା କରୁଛନ୍ତି । ଏହା ଖୁବ୍ ଦୁଃଖଦଦାୟକ । ପରବର୍ତ୍ତୀ ସମୟରେ ମୁଁ ଏବଂ ମୋ ଟିମ୍ ଅଧିକ ସତର୍କ ରହିବୁ । ଏହି ଗୀତକୁ ନେଇ ତାଙ୍କର କୌଣସି ଜ୍ଞାନ ନଥିଲା ବୋଲି ମଧ୍ୟ ସେ ପୁଣି ଥରେ କହିଥିଲେ । ମୁଁ ଏହି ଗୀତରେ ପରଫର୍ମ କରି ନଥିଲି ଏବଂ ମୋ ଫଟୋ ସହିତ ଏହାର ବ୍ୟବହାରକୁ ଅନୁମତି ଦିଆଯାଇନଥିଲା ।
