Odia News Portal

ଆଜି ଜନ୍ନିଙ୍କ ଜନ୍ମଦିନ, ଜାଣନ୍ତୁ ତାଙ୍କ ସମ୍ପର୍କ କିଛି ଅଜଣା କଥା

ମୁମ୍ବାଇ: ଆଜି ବଲିଉଡର ହାସ୍ୟ ଅଭିନେତା ଜନ୍ନି ଲିଭରଙ୍କ ଜନ୍ମଦିନ । ୬୪ ବର୍ଷରେ ପାଦ ଥାପିଛନ୍ତି ଏହି କମେଡିଆନ । ୧୯୫୭ ମସିହାରେ ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ଗରୀବିକୁ ପିଲାଟି ଦିନରୁ ଦେଖିଥିଲେ ଜନ୍ନି । ନିଜର ଦୃଢ଼ ଇଚ୍ଛା ଶକ୍ତି ଆଗରେ ସବୁ ହାର ମାନିଛି । ନିଜର କମେଡିରେ ସମସ୍ତ ବର୍ଗର ଦର୍ଶକଙ୍କୁ ହସାଇ ସମସ୍ତ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି ସେ । ବଲିଉଡର ଅନେକ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନରେ ଛାପ ଛାଡ଼ି ଯାଇଛନ୍ତି ଜନ୍ନି । ୧୯୮୨ ମସିହାରେ ସେ ସୁଜାଥାଙ୍କୁ ବିବାହ କରିଥିଲେ । ଜନ୍ନିଙ୍କ ୨ଜଣ ସନ୍ତାନ ଅଛନ୍ତି । ତାଙ୍କ ପୁଅଙ୍କ ନାମ ଜେସି ଥିବା ବେଳେ ଝିଅଙ୍କ ନାମ ରହିଛି ଜେମି । ଜେମି ଏବେ ବଲିଉଡରେ ଡେବ୍ୟୁ କରିସାରିଲେଣି । ସେ କପିଲ ଶର୍ମାଙ୍କ ଅଭିନିତ ଚଳଚିତ୍ର କିସ କିସ ମୋ ପ୍ୟାର କରୁରେ ଅଭିନୟ କରିଛନ୍ତି । ତାଙ୍କ ଅଭିନୟକୁ ଦର୍ଶକେ ବେଶ ପ୍ରଂଶସା କରିଛନ୍ତି । ବାପାଙ୍କ ନାମକୁ ରଖିଛନ୍ତି ଜେମି । ନିଜ ପରିବାର ସହ ଜନ୍ନି ବେଶ ହସଖୁସିରେ ରହୁଛନ୍ତି । ଜଣେ ଷ୍ଟାଣ୍ଡପ କମେଡିଆନ ଭାବେ ଜନ୍ନିଙ୍କ ଅନେକ ପ୍ରସିଦ୍ଧି ମଧ୍ୟ ରହିଛି । ତାଙ୍କ କଥା କହିବାର ଶୈଳୀ ସମସ୍ତଙ୍କ ପସନ୍ଦ । ଜୁଦାଇ, ଦିୱାନା ମସ୍ତାନା, ଦୁଲ୍ଲେ ରାଜା ଭଳି ଅନେକ ହିଟ୍ ଫିଲ୍ମରେ ଅଭିନୟ କରି ଛାପ ଛାଡ଼ି ଯାଇଛନ୍ତି ।