Odia News Portal

ଆଜି ସୈଫ ଅଲ୍ଲୀ ଖାନଙ୍କ ଜନ୍ମଦିନ

ମୁମ୍ବାଇ: ବଲିଉଡ ଅଭିନେତା ସୈଫଅଲ୍ଲୀ ଖାନଙ୍କ ଆଜି ହେଉଛି ଜନ୍ମଦିନ । ୫୧ ବର୍ଷରେ ପାଦ ଥାପିଛନ୍ତି ସୈଫ । ୧୯୭୦ ମସିହାରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ସୈଫ । ତେବେ ପିଲାଟି ଦିନରୁ ହିଁ ଅଭିନୟ ପ୍ରତି ରୁଚି ରଖିଥିଲେ ସେ । ବଲିଉଡରେ ସଫଳ କଳାକାରଙ୍କ ମଧ୍ୟରେ ସୈଫ ଅନ୍ୟତମ । ତେବେ ସୈଫ ପ୍ରଥମେ ୧୯୯୧ ମସିହାରେ ଅମୃତା ସିଂଙ୍କୁ ବିବାହ କରିଥିଲେ । ମାତ୍ର ତାଙ୍କ ସମ୍ପର୍କ ଅଧିକ ଦିନ ଚାଲିନଥିଲା । ୨୦୦୪ ମସିହାରେ ସେମାନଙ୍କ ଡିଭର୍ସ ହୋଇଥିଲା । ସେମାନଙ୍କର ଦୁଇଟି ଛୁଆ ମଧ୍ୟ ଅଛନ୍ତି । ତେବେ ୨୦୧୨ ମସିହାରେ ସେ କରିନା କପୁରଙ୍କୁ ବିବାହ କରିଥିଲେ । ଏବେ ସୈଫଙ୍କ ୪ଟି ଛୁଆ ଅଛନ୍ତି । କରିନାଙ୍କ ୨ଟି ଛୁଆ ଥିବା ବେଳେ ଅମ୍ରୃତାଙ୍କ ୨ଟି ଛୁଆ ଅଛନ୍ତି ।