Odia News Portal

ବାହା ହେବେ ଗୁନଗୁନ

ଓଲିଉଡ୍‌ ଇଣ୍ଡଷ୍ଟ୍ରିର ଚୁଲବୁଲି ନାୟିକା ତଥା ଟିଭି ଉପସ୍ଥାପିକା ଗୁନ୍‌ଗୁନ୍‌ ଏବେ ହାତକୁ ଦି ହାତ ହେବାକୁ ଯାଉଛନ୍ତି। ସେ ବିଜନେସ୍‌ ମ୍ୟାନ୍‌ ଅଭିସ୍ମିତ ନାୟକଙ୍କୁ ବିବାହ କରୁଛନ୍ତି। ଆସନ୍ତାକାଲି ବା ନଭେମ୍ବର ୩୦ରେ ଗୁନ୍‌ଗୁନ୍‌ ଓ ଅଭିସ୍ମିତ ସାତ ଜନ୍ମ ପାଇଁ ପରସ୍ପରର ହୋଇଯିବେ। ଏ ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ନିଜେ ଗୁନ୍‌ଗୁନ୍‌। ଗୁନ୍‌ଗୁନ୍‌ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ସେୟାର କରି ବିବାହ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ଫଟୋରେ ଗୁନ୍‌ଗୁନ୍‌ ଓ ଅଭିସ୍ମିତ ରୋମାଣ୍ଟିକ୍‌ ପୋଜ୍‌ ଦେଉଥିବାର ନଜର ଆସିଛନ୍ତି। ପୋଷ୍ଟ ସେୟାର କରି ଗୁନ୍‌ଗୁନ୍‌ କ୍ୟାପସନ୍‌ରେ ଲେଖିଛନ୍ତି- ଈଶ୍ୱର ଓ ଭଗବାନଙ୍କ ଆର୍ଶୀବାଦରୁ ୩୦ ନଭେମ୍ବର, ୨୦୨୧ରେ ଆମେ ଏକ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛୁ।