Odia News Portal

ତୁ ଝୁଠୀ ମେଁ ମକ୍କାର

ପ୍ରଶଂସକମାନେ ଉତ୍ସାହର ସହିତ ବଲିଉଡ ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ‘ତୁ ଝୁଠୀ ମେଁ ମକ୍କାର’କୁ ଅପେକ୍ଷା କରିଥିଲେ। ହୋଲି ଅବସରରେ ଏହି ଫିଲ୍ମ ମାର୍ଚ୍ଚ ୮ରେ ମୁକ୍ତିଲାଭ କରିଛି । ‘ତୁ ଝୁଠୀ ମେଁ ମକ୍କାର’ରେ ପ୍ରଥମ ଥର ପାଇଁ ଦର୍ଶକ ରଣବୀର ଏବଂ ଶ୍ରଦ୍ଧାଙ୍କ ଯୋଡିକୁ ବଡ ପରଦାରେ ଦେଖିବାକୁ ପାଇଛନ୍ତି। ଲଭ ରଂଜନଙ୍କ ଫିଲ୍ମରେ ଏହି ଦୁହିଁଙ୍କ ଯୋଡି ଦର୍ଶକଙ୍କ ମନ କିଣିବ ବୋଲି ଆଶା କରାଯାଉଥିବା ବେଳେ ଏବେ ତାହା ସତ ହୋଇଛି। ରିଲିଜ ପରେ ବକ୍ସ ଅଫିସରେ ଫିଲ୍ମଟି କମାଲ କରୁଥିବା ଦେଖାଯାଉଛି।

ରଣବୀର କପୁର ଏବଂ ଶ୍ରଦ୍ଧା କପୁରଙ୍କ ଫିଲ୍ମ ‘ତୁ ଝୁଠୀ ମେଁ ମକ୍କାର’ର ଟ୍ରେଲର ଏବଂ ଗୀତ ପ୍ରଶଂସକଙ୍କ ହୃଦୟ ଜିତି ସାରିବା ପରେ ହୋଲିରେ ଫିଲ୍ମ ରିଲିଜ କରିବାକୁ ନିଷ୍ପତ୍ତି ନେଇଥିଲେ ନିର୍ମାତା। ଚଳଚ୍ଚିତ୍ର ରିଲିଜକୁ ନେଇ ନିର୍ମାତାଙ୍କ ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ସଠିକ୍ ପ୍ରମାଣିତ ହୋଇଛି। ରଣବୀର ଏବଂ ଶ୍ରଦ୍ଧାଙ୍କ ଫିଲ୍ମ ‘ତୁ ଝୁଠୀ ମେଁ ମକ୍କାର’ ପ୍ରଥମ ଦିନରେ ୧୫.୭୩କୋଟି ଟଙ୍କା ସଂଗ୍ରହ କରିଥିବା ବେ‌ଳେ ଚତୁର୍ଥ ଦିନରେ ୧୬.୫୭କୋଟି ଆୟ କରିଥିବା ଜଣାପଡ଼ିଛି।