Odia News Portal

ଉତ୍କଳ ବିଶ୍ୱବିଦ୍ୟାଳୟର ଆଜି ପ୍ରତିଷ୍ଠା ଦିବସ

ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ୭୯ତମ ପ୍ରତିଷ୍ଠା ଦିବସ ପାଳନ ହେବ । ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ କକ୍ଷ (କନଭୋକେସନ୍‌ ହଲ୍‌)ରେ ସକାଳ ୧୦ଟା ୩୦ରେ ହେବାକୁ ଥିବା ପ୍ରତିଷ୍ଠା ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବେ । ସେହିପରି ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍‌ ତଥା ବାଗ୍ମୀ ପ୍ରବଚକ ପଦ୍ମଶ୍ରୀ ଡ. ରଜତ କୁମାର କର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଉତ୍ସବରେ ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକ ଅତିଥି ପରିଚୟ ପ୍ରଦାନ କରିବେ । ଉତ୍କଳ ବିଶ୍ୱବିଦ୍ୟାଳୟ କୁଳସଚିବ ଡ. ଅଭୟ କୁମାର ନାୟକ ବାର୍ଷିକ ରିପୋର୍ଟ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି । ଛାତ୍ର ମଙ୍ଗଳ ନିର୍ଦ୍ଦେଶକ ଡ. ସୁଶାନ୍ତ କୁମାର ବଡ଼ମାଳି ଧନ୍ୟବାଦ ଦେବେ । ସେହିପରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ସେଣ୍ଟର ଫର୍‌ ଇନୋଭେସନ୍‌ ଆଣ୍ଡ ଇନକ୍ୟୁବେସନ୍‌ ସେଣ୍ଟର୍‌ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।