Odia News Portal

ପୂଜା ପାଠରେ ବିଶ୍ୱାସ କରୁନଥିବା ବ୍ୟକ୍ତି ଆଜି ମନ୍ଦିର ଯାଇ ପୂଜା କରୁଛି; ବିବେକ ଅଗ୍ନହୋତ୍ରୀ

ଶନିବାର ପ୍ରତ୍ୟୁଷରେ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ସ୍ବାମୀ ତଥା କ୍ରିକେଟ୍‌ ଖେଳାଳି ବିରାଟ କୋହଲି ମଧ୍ୟ‌ପ୍ରଦେଶର ଉଜ୍ଜୟିନୀସ୍ଥିତ ପ୍ରସିଦ୍ଧ ବାବା ମହାକାଳେଶ୍ବର ମନ୍ଦିରକୁ ଯାଇ ଭଗବାନ ଶିବଙ୍କୁ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଥିବା ଦେଖାଯାଇଥିଲା। ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ଏବେ ଏହି ଭାଇରାଲ ଭିଡିଓକୁ ଟ୍ବିଟ କରି ନିଜର ପ୍ରତିକ୍ରିୟା ରଖିଛନ୍ତି ବଲିଉଡ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ।

୭ବର୍ଷ ତଳେ ବିରାଟ ପୂଜାପାଠରେ ବିଶ୍ବାସ କରୁନଥିବା ବେଳେ ଏବେ ମନ୍ଦିର ଯାଇ ପୂଜା କରିବା ଦେଖି ବିବେକ ଖୁସି ଜାହିର କରିବା ସହ ଲୋକେ ବଦଳନ୍ତି ବୋଲି ଲେଖିଛନ୍ତି। ସେ ଟ୍ବିଟ କରିଛନ୍ତି ଯେ, “ମୋର ମନେ ଅଛି ଯେ ଅନେକ ଟ୍ୱିଟର ବ୍ୟବହାରକାରୀ ଯୁବ ବିରାଟ କୋହଲିଙ୍କୁ ଟ୍ରୋଲ କରିଥିଲେ କାରଣ ସେ ଥଟ୍ଟାରେ କହିଥିଲେ ଯେ ମୁଁ ପୂଜାପାଠ କରିବା ଭଳିଦେଖାଯାଉଛି କି? ଲୋକମାନେ ବଦଳନ୍ତି ଏବଂ ଏହା ବହୁତ ଭଲ କଥା। କାରଣ ଜୀବନର ଅନ୍ୟ ନାମ ହେଉଛି ପରିବର୍ତ୍ତନ।”

ଉଲ୍ଲେଖଯୋଗ୍ୟ, ୭ବର୍ଷ ପୂର୍ବେ ଟି-୨୦ ବିଶ୍ୱକପ ସମୟରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ​​ଜଣେ ସାମ୍ବାଦିକ ବିରାଟଙ୍କୁ ପଚାରିଥିଲେ ଯେ, ଚାପଗ୍ରସ୍ତ ଥିଲେ ନିଜକୁ ଶାନ୍ତ କରିବା ପାଇଁ ପୂଜାପାଠ କରନ୍ତି କି? ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ବିରାଟ କହିଥିଲେ ଯେ ମୁଁ ପୂଜାପାଠ କରିବା ଭଳି ଦେଖାଯାଉଛି କି? ତାଙ୍କର ଏଭଳି ଜବାବକୁ ନେଇ ଲୋକେ ତାଙ୍କୁ ଟ୍ରୋଲ କରିଥିଲେ।