Odia News Portal

ଆସନ୍ତୁ ଜାଣିବା ଗାଈ କ୍ଷୀର ର ଉପକାରିତା

ଗାଇକ୍ଷୀର ଅନେକ ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ। ତେବେ ଆସନ୍ତୁ ଗାଇ କ୍ଷୀରରେ କେଉଁ କେଉଁ ରୋଗକୁ ଦୂର କରାଯାଇପାରିବ ସେ ବିଷୟରେ ଜାଣିବା ।
୧ . ବୌଦ୍ଧିକ ବିକାଶ ତଥା ମସ୍ତିଷ୍କର ବିକାଶ ପାଇଁ ଗାଈକ୍ଷୀର ଖୁବ୍ ଲାଭଦାୟକ । ଉଭୟ ବ୍ୟକ୍ତି ଏବଂ ପିଲାଙ୍କ ପାଇଁ ଏହି କ୍ଷୀର ଲାଭଦାୟକ ହୁଏ ।
୨ . ଗାଈର କ୍ଷୀର ହଜମକ୍ରିୟା ପାଇଁ ଖୁବ୍ ଲାଭଦାୟକ ହୋଇଥାଏ । ଖାଦ୍ୟକୁ ହଜମ କରିବା ପାଇଁ କ୍ଷୀର ପିଇବା ନିତାନ୍ତ ଆବଶ୍ୟକ । ପାଚନପ୍ରକ୍ରିୟାକୁ ସୁସ୍ଥ ରଖିଥାଏ ଗାଇକ୍ଷୀର ।
୩. ପ୍ରତିଦିନ ଗାଈକ୍ଷୀର ପିଇବା ଯକ୍ଷ୍ମା ରୋଗୀଙ୍କ ପାଇଁ ଫଳପ୍ରଦ ହୋଇଥାଏ । ଏହାଦ୍ୱାରା ଯକ୍ଷ୍ମା ରୋଗର ନିୟନ୍ତ୍ରଣ ହୋଇଥାଏ । ରାତିରେ ବୟୋଜ୍ୟେଷ୍ଠ କ୍ଷୀର ପିଇ ଶୋଇଲେ ଶରୀରକୁ ବଳ ମିଳିଥାଏ ।
୪ . ପିତ୍ତ ସମ୍ବନ୍ଧ ସମସ୍ୟାକୁ ଦୂରେଇବା ପାଇଁ ପ୍ରତିଦିନ ଗାଈକ୍ଷୀର ପିଇବା ଆବଶ୍ୟକ । ଏହାଦ୍ୱାରା ଗ୍ୟାସ୍ ସମସ୍ୟା ମଧ୍ୟ ଦୂର ହୋଇଥାଏ ।
୫ . ପିଲାଙ୍କ ମଧ୍ୟରେ ରିକେଟସ୍ କିମ୍ବା ଶୁଖିଲା ରୋଗ ଦେଖାଗଲେ ଗାଈକ୍ଷୀରକୁ ବାଦାମରେ ମିଶାଇ ପିଅନ୍ତୁ । ଏହା ମେଡିସିନ୍ ଭଳି କାମ କରିବ । ରକ୍ତ କୋଶିକା ବୃଦ୍ଧି କରିବାରେ ଏହା ସହାୟକ ହେବ ।
୬ . କଞ୍ଚା ଗାଈକ୍ଷୀରକୁ ତ୍ୱଚାରେ ମାଲିସ୍ କରାଯାଇପାରେ । ଏହା ଏକ ଭଲ ବିୟୁଟି କେୟାର୍ ହେବ । ଚେହେରାକୁ ଗୋରା,ଦାଗହୀନ ଏବଂ କୋମଳ କରିବା ପାଇଁ ଆପଣ ମଧ୍ୟ କଞ୍ଚା ଗାଇକ୍ଷୀରର ବ୍ୟବହାର କରନ୍ତୁ ।
୭. କ୍ୟାନ୍ସର ,ଟିଭି, ହଇଜା ଭଳି ଅନେକ ରୋଗ ପାଇଁ ଗାଈକ୍ଷୀର ମହୋଷଧିର କାମ କରେ । ଏହା ଅମୃତ ଭଳି କାମ କରିଥାଏ । ଏକାକି ହିଁ କ୍ଷୀର ଛୁଆଙ୍କୁ ପୋଷଣ ଦେବାରେ ସକ୍ଷମ ହୋଇଥାଏ ।
୮ . ମେଡିସିନ୍ ତଥା ଅନ୍ୟ କ୍ୟାମିକାଲ୍ ପଦାର୍ଥରୁ ଶରୀରକୁ ବଞ୍ଚାଇବା ପାଇଁ ଗାଈକ୍ଷୀର ବହୁତ ଭଲ ହୋଇଥାଏ ।
୯ . ଏଥିରେ ଭିଟାମିନ୍ – ଏ ର ପରିମାଣ ଅଧିକ ଥାଏ । ପୁରୁଣା ରୋଗ,ମାନସିକ ରୋଗ,ପେଟ ରୋଗ , ଗୁପ୍ତ ରୋଗ ଏବଂ ହୃଦୟ ରୋଗକୁ କମ୍ କରିଥାଏ ଗାଈକ୍ଷୀର ।