Odia News Portal

ଚୁଟି ଝଡୁଥିଲେ ମାତ୍ର ୧୦ ମିନିଟ୍ କରନ୍ତୁ ଏହି କାମ, ଆଉ ଦେଖନ୍ତୁ ଫାଇଦା

କେଶ ଝଡ଼ିବା ଏବେ ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଛି। ପୁଅ ହୁଅନ୍ତୁ କି ଝିଅ ସମସ୍ତଙ୍କ ଥରେ କେଶ ଝଡ଼ିବା ସମସ୍ୟା ଦେଖାଦେଉଛି। ଯଦି ଆରମ୍ଭରୁ ଏହାକୁ ରୋକା ନ ଯାଏ ତେବେ ଭବିଷ୍ୟତରେ ଚନ୍ଦା ହେବା ଆଶଙ୍କା ରହିଛି। ଏଣୁ ଚୁଟି ଝଡ଼ୁଥିଲେ ତୁରନ୍ତ ଡାକ୍ତରଙ୍କୁ ଦେଖନ୍ତୁ। ନଚେତ ଯୋଗ ପ୍ରାଣାୟମ କରି ମଧ୍ୟ ଆପଣ ଚୁଟି ଝଡ଼ିବା କମ୍ କରିପାରିବେ। ମାତ୍ର ୧୦ ମିନିଟ ଏହି ଯୋଗ କଲେ ଚୁଟି ଝଡ଼ିବା ପୂରା କମିଯିବ। ମଜବୁତ ଚୁଟି ପାଇଁ କରାଯାଉଥିବା ଏହି ଯୋଗର ନାଁ ହେଉଛି ବାଳାୟମ ଯୋଗ। ଆସନ୍ତୁ ଜାଣିବା ଏହି ଯୋଗର ଲାଭ ସମ୍ପର୍କରେଟ୍ଟ
ବାଳାୟମ ଯୋଗ କରିବା ପାଇଁ ପ୍ରଥମେ ଚଟାଣରେ ଅଣ୍ଟା ସିଧା କରି ବସିଯାଆନ୍ତୁ। ଏବେ ଦୁଇ ହାତକୁ ଛାତି ପାଖକୁ ଆଣନ୍ତୁ। ଏବେ ଦୁଇ ହାତର ନଖକୁ ପରସ୍ପର ସହ ଘଷନ୍ତୁ। ଏମିତି କଲେ ନଖ ତଳେ ଥିବା ଶିରା ଉପରେ ଚାପ ପଡ଼େ। ଫଳରେ ତ୍ୱଚାରେ ରକ୍ତ ସଞ୍ଚାଳନ ତ୍ୱରାନ୍ୱିତ ହୋଇଥାଏ ଓ କେଶରେ ନବ ଜୀବନ ସଂଚାରିତ ହୁଏ।
ଏହି ବ୍ୟାୟମକୁ ନିୟମିତ ସକାଳେ ୫-୧୦ ମିନିଟ କଲେ ଧୀରେ ଧୀରେ ଚୁଟି ଉପରେ ପ୍ରଭାବ ପଡ଼ିବା ଆରମ୍ଭ ହେବ। ଫଳରେ କେଶ ଝଡ଼ିବା କମିବ। କିଛି ଦିନ ପରେ ସମ୍ପୂର୍ଣ୍ଣ କେଶ ଝଡ଼ିବା ବନ୍ଦ ହୋଇଯିବ ଓ ନୂଆ ଚୁଟି ଉଠିବ। ଏହି ଉପାୟ ସବୁବେଳେ କଲେ ଚୁଟି ମୂଳରୁ ମଜଭୁତ ହେବ। ଫଳରେ ସହଜରେ ଛିଡିବ ନାହିଁ।