Odia News Portal

ପାଚିଲା ଚୁଟିକୁ କଳା କରିବ ଲାଉ

ଚୁଟି ପାଚିବା ଆଜି କାଲି ଲୋକଙ୍କ ପାଇଁ ସାଧାରଣ ସମସ୍ୟା ହୋଇଗଲାଣି । ପିଲା ଠାରୁ ବୁଢା ବୁଢୀ ସମସ୍ତଙ୍କର ଚୁଟି ପାଚିବାରେ ଲାଗୁଛି ।ଚୁଟି ପାଚୁଥିଲେ ଲୋକମାନେ କଳା କରିବାକୁ ବିଭିନ୍ନ ଉପାୟ ଆପଣଉଥିଲେ ମଧ୍ୟ ସବୁବେଳେ ଏସବୁ ଉପାୟ କାମ ଦେଇନଥାଏ, ଫଳସ୍ୱରୂପ ଚୁଟି ଯେଉଁ ଧଳାକୁ ସେଇ ଧଳା ହୋଇ ରହିଯାଏ। ତେବେ ଜାଣିଲେ ଆଶ୍ଚର୍ୟ୍ୟ ହେବେ ଯେ ଘରୋଇ ଉପାୟରେ ବି ଆପଣ ଚୁଟିକୁ କଳା କରିପାରିବେ। ଏଥିପାଇଁ ଆପଣ ଲାଉକୁ ବି ବ୍ୟବହାର କରିପାରିବେ। ଲାଉ କେବଳ ଶରୀର ପାଇଁ ଲାଭଦାୟକ ହୋଇନଥାଏ। ଏଥିରେ ଅନେକ ଔଷଧୀୟ ଗୁଣ ବି ରହିଛି, ଯାହା ଚୁଟିକୁ କଳା କରିବାରେ ସାହାଯ୍ୟ କରେ। ଆସନ୍ତୁ ଜାଣିବା ଚୁଟିକୁ କଳା କରିବା ପାଇଁ ଲାଉକୁ କେମିତି ବ୍ୟବହାର କରିବେ
ପ୍ରଥମେ ଲାଉକୁ ଛୋଟ ଛୋଟ ଖଣ୍ଡ କରି କାଟି ନିଅନ୍ତୁ। ଏବେ ଏହାକୁ ଖରାରେ ଭଲ ଭାବେ ଶୁଖାଇ ରଖନ୍ତୁ । ଏବେ ଏକ କଡ଼େଇରେ ନଡ଼ିଆ ତେଲ ନିଅନ୍ତୁ ଓ ତାହାକୁ ଗରମ କରନ୍ତୁ। ଏବେ ଏଥିରେ ଶୁଖିଲା ଲାଉ ଖଣ୍ଡ ପକାନ୍ତୁ। ଏହାକୁ ଅଳ୍ପ ଆଞ୍ଚରେ ସିଝିବାକୁ ଦିଅନ୍ତୁ। ତେଲର ରଙ୍ଗ ବଦଳିଗଲେ ଗ୍ୟାସ୍ ବନ୍ଦ କରି ଦିଅନ୍ତୁ। ଏବେ ଥଣ୍ଡା କରି ଛାଣି ଏହି ତେଲକୁ ଏକ ବୋତଲରେ ରଖନ୍ତୁ। ଏହି ତେଲକୁ ସପ୍ତାହକୁ ଦୁଇ ଥର ମୁଣ୍ଡରେ ଲଗାନ୍ତୁ। କିଛି ଦିନ ଭିତରେ ଜାଣି ପାରିବେ ଯେ ଚୁଟିର ରଙ୍ଗ ଧୀରେ ଧୀରେ କଳା ହେଉଛି। ଏହାକୁ ଅଳ୍ପ ଦିନ ବ୍ୟବହାର କଲେ ସବୁ ଚୁଟି କଳା ହୋଇଯିବ।
ଲାଉର ଉପକାରିତା:
ଲାଉରେ ସୋଡିୟମ୍, ଆଇରନ୍, ପୋଟାସିୟମ୍, ଫାଇବର, ଫସ୍ଫରସ୍ ଓ ଭିଟାମିନ୍ସ ଭଳି ନ୍ୟୁଟ୍ରିସନ୍ ରହିଛି। ଏଥିରେ ଜଳର ପରିମାଣ ମଧ୍ୟ ବହୁତ ଅଧିକ ରହିଥାଏ। ଏହାକୁ ନିୟମିତ ଖାଇବା ଦ୍ୱାରା ଶରୀରର ବିଭିନ୍ନ ସମସ୍ୟା ଦୂର ହୋଇଥାଏ। ଲାଉ ରକ୍ତ ଶର୍କରା ଠାରୁ ଆରମ୍ଭ କରି ୟୁରିନାରୀ ଟ୍ରାକ୍ଟ ଇନ୍ଫେକସନ୍ ଯାଏଁ ସବୁ ରୋଗକୁ ଭଲ କରିଥାଏ।