Odia News Portal

ଜାଣନ୍ତୁ ତମ୍ବା ପାତ୍ରରେ ପାଣି ପିଇବା ସ୍ବାସ୍ଥ୍ୟପ୍ରତି କାହିଁକି ହିତକର

ଭୁବନେଶ୍ବର: ତମ୍ବା ପାତ୍ରର ବ୍ୟବହାର ବହୁ ପୁରାତନ ଯୁଗରୁ ଆମେ କରି ଆସିଛ। ତମ୍ବା ପାତ୍ରରେ ଖାଇବା ଓ ପାଣି ପିଇବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ। ଏବେ ବି ଅଧିକାଂଶ ଲୋକ ତମ୍ବା ପାତ୍ରରେ ପାଣି ପାଇଥାନ୍ତି କାରଣ ତମ୍ବା ଶରୀରରେ ପ୍ରତିରୋଧକ କ୍ଷମତାକୁ ମଜବୁତ କରିଥାଏ। ତମ୍ବା ପାତ୍ରରେ ପାଣି ପିଇବା ଶରୀର ପ୍ରତି ଅତ୍ୟନ୍ତ ହିତକର କୁହାଯାଇଥାଏ।ତେବେ ଆସନ୍ତୁ ଜାଣିବା ତମ୍ବା ପାତ୍ରର ଉପକାରିତା ଗୁଡ଼ିକ ବିଷୟରେ…

୧. ଆୟୁର୍ବେଦ ଶାସ୍ତ୍ର ଅନୁସାରେ ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଇଲେ ଶରୀରରେ ରକ୍ତଚାପ ଓ କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ରହେ। ଏହା ହୃଦୟକୁ ବି ସୁସ୍ଥ ରଖେ।

୨.ପୁରାତନ ଯୁଗରେ ଲୋକେ ବ୍ୟାକ୍ଟେରିଆ, ଭୁତାଣୁ ଆଦି ନଷ୍ଟ କରିବାକୁ ନଦୀ, ହ୍ରଦ, କୂଅ ଆଦିରେ ତମ୍ବା ମୁଦ୍ରା ପକାଇ ଦେଉଥିଲେ। ଯାହା ଦ୍ଵାରା ଜଳ ବିଶୋଧନ ସଠିକ୍ ଭାବରେ ହୋଇ ପାରୁଥିଲା ।

୩. ତମ୍ବାରେ ଆଣ୍ଟି-ଇନଫ୍ଲାମେଟରୀ ଗୁଣ ରହିଛି ଯାହା ଶରୀରର ଯନ୍ତ୍ରଣା ଭଳି ସମସ୍ୟାକୁ ଦୂର କରିଥାଏ। ଆର୍ଥରାଇଟିସ ସମସ୍ୟା ପାଇଁ ମଧ୍ୟ ତମ୍ବା ପାତ୍ର ପାଣି ପାଇବ ପାଇଁ ମଧ୍ୟ ଡାକ୍ତର ପରାମର୍ଶ ଦେଇ ଥାଆନ୍ତି।

୪.ତମ୍ବା ଶରୀରରେ ଥିବା ପ୍ରତିରୋଧକ କ୍ଷମତା ମଜବୁତ କରିଥାଏ ଏବଂ ନୂଆ କୋଷ ଉତ୍ପାଦନ କରିବାରେ ସାହାଯ୍ୟ କରିଥାଏ।

୫. ତମ୍ବାରେ ମାଇକ୍ରୋଵିୟଲ ଗୁଣ ରହିଛି ଯାହା ଅନେକ ପ୍ରକାର ସଂକ୍ରମଣ ସହ ଲଢ଼ିବାରେ ସାହାଯ୍ୟ କରିଥାଏ।ଏହାଦ୍ୱାରା ଶରୀରର କ୍ଷତ ମଧ୍ୟ ଶୀଘ୍ର ଭଲ ହୋଇଯାଇଥାଏ।

୬. ଯଦି ଆପଣ ଶରୀରର ମେଦ ବହୁଳତା କମ କରିବାକୁ ଚାହୁଁଛନ୍ତି ତେବେ ସକାଳୁ ଉଠି ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଅନ୍ତୁ । ନିୟମିତ ତମ୍ବା ପାତ୍ରର ପାଣି ପିଇବା ଦ୍ୱାରା ଶରୀରର ଅତିରିକ୍ତ ମେଦ ବହୁଳତା ନିୟନ୍ତ୍ରଣ ହୋଇଥାଏ।

ଏହା ବ୍ୟତିତ ତମ୍ବା ପାତ୍ରରେ ପାଣି ପିଇବାକୁ ଡାକ୍ତର ମଧ୍ୟ ପରାମର୍ଶ ଦେଇଥାନ୍ତି ।ତେବେ ଆପଣ ବି ଯଦି ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ଚାହୁଁଛନ୍ତି ତେବେ ଆପଣ ମଧ୍ୟ ନିୟମିତ ତମ୍ବା ପାତ୍ରରୁ ପାଣି ପିଅନ୍ତୁ ।