Odia News Portal

କରୋନାର ନୂଆ ଭାରିଆଣ୍ଟକୁ ନେଇ ସତର୍କ

ରଙ୍ଗ ବଦଳାଇବାରେ ମାହିର କରୋନାର ନୂଆ ଭାରିଆଂଟ ଅମିକ୍ରନ ସାମ୍ନାକୁ ଆସିବା ପରେ ସତର୍କ ହୋଇଛନ୍ତି ସରକାର । ନୂଆ ଭାଂରିଆଟ ଯେଉଁ ଦେଶରେ ବିପଦ ସୃଷ୍ଟି କରିଛି, ସେହି ଦେଶରୁ ଯାତ୍ରୀ ଆସିଲେ ସେମାନଙ୍କ କୋଭିଡ ଟେଷ୍ଟ ହେବ । ଯେଉଁମାନଙ୍କ ରିପୋର୍ଟ ପଜିଟିଭି ଆସିବ ସେମାନଙ୍କ ନମୁନା ଜେମନ ସିକ୍ୟୁଏନ୍ସ ପାଇଁ ଆଲଏଲଏସକୁ ପଠାଯିବ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ବିଦେଶ ଫେରନ୍ତାଙ୍କ ଉପରେ ନଜର ରହିବ ।

ଯେଉଁମାନେ ବିଦେଶରୁ ଫେରିବେ ସେମାନ ୧୦ ଦିନ ସଙ୍ଗରୋଧରେ ରହିବେ । ଏଥିପାଇଁ ଖୁବଶୀଘ୍ର ନୂଆ ଆଡଭାଇଜରି ଜାରି କରିବେ ସରକାର । ଏ ନେଇ ସମସ୍ତ ଜିଲ୍ଲାପାଳ ଓ ସିଡିଏମଓ ଓ ମୁନିସିପାଲଟି କମିଶନରଙ୍କୁ ସ୍ୱାସ୍ଥ୍ୟ ବିଭାଗ ଚିଠି ଲେଖିଛି । ସ୍କୁଲ କଲେଜ ଓ ହଷ୍ଟେଲ ଉପରେ କଡା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ ମାର୍ଗଦର୍ଶିକା ମାନି ଏଠାରେ ସ୍ୱତନ୍ତ୍ର ସଂଗରୋଧ କେନ୍ଦ୍ର କରିବାକୁ କୁହାଯାଇଛି । ଯେଉଁ ଛାତ୍ରଛାତ୍ରୀଙ୍କ ଲକ୍ଷଣ ରହିଛି ସେମାନଙ୍କୁ ସ୍କୁଲ ନ ଆସିବାକୁ କୁହାଯାଇଛି । ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଂଟ ଓ ଟିକାକରଣ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।