Odia News Portal

ବିଧାନସଭା ଶୀତକାଳୀନ ଅଧିବେଶନ ପୂର୍ବରୁ ସମସ୍ତଙ୍କର ହେବ କୋଭିଡ ଟେଷ୍ଟ

ବିଧାନସଭାର ଶୀତକାଳୀନ ଅଧିବେଶନ ପୂର୍ବରୁ ଆରମ୍ଭ ହୋଇଛି କୋଭିଡ଼ ଟେଷ୍ଟ । ବିଧାନସଭା ପରିସରରେ ଚାଲିଛି କୋଭିଡ଼ ଟେଷ୍ଟ । ସଦସ୍ୟଙ୍କ ସହ ବିଧାନସଭା କର୍ମଚାରୀ, ସୁରକ୍ଷାକର୍ମୀଙ୍କର ଆରଟିପିସିଆର ସହ ଆଣ୍ଟିବଡ଼ି ଟେଷ୍ଟ ମଧ୍ୟ କରାଯାଉଛି । ଏହା ୩ ଦିନ ଧରି ଚାଲିବ ।

ସେପଟେ ବିଧାୟିକା ଲତିକା ପ୍ରଧାନ ନିଜର କୋଭିଡ ପରୀକ୍ଷା କରାଇଛନ୍ତି । କୋଭିଡ ଟେଷ୍ଟ ପରେ ଲତିକା କହିଛନ୍ତି ଯେ,  ଟେଷ୍ଟିଂ ପାଇଁ ଭଲ ବ୍ୟବସ୍ଥା ହୋଇଛି । ସୁରକ୍ଷା ପାଇଁ ସମସ୍ତେ ଟେଷ୍ଟ କରନ୍ତୁ । ଅଧିବେଶନ ପାଇଁ ସରକାରୀ ଦଳ ସଂପୂର୍ଣ୍ଣ ପ୍ରସ୍ତୁତ । ସବୁ ପ୍ରସଙ୍ଗରେ ଆଲୋଚନା କରାଯିବ । ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ରହିଛି । ସେହିପରି ଦରଦାମ ବୃଦ୍ଧି ନେଇ ବିଜଡି ବିଧାୟିକା ଲତିକା ପ୍ରଧାନ ଙ୍କ ପ୍ରତିକ୍ରିୟା । ଦରବୃଦ୍ଧି ନେଇ ରାଜରାସ୍ତାରେ ବିଜେଡି ଅଛି । ତୈଳ ଦର ଅହେତୁକ ବୃଦ୍ଧି ପାଇଥିଲା । ସମୁଦ୍ରକୁ ଶଙ୍ଖେ ଭଳି କମିଛି । ଗ୍ୟାସ ଦରବୃଦ୍ଧି ନେଇ ବିଜୁ ଜନତା ଦଳ ବିରୋଧ ଜାରି ରଖିଛି । ନକମିବି ଯାଏଁ ଏମିତି ବିରୋଧ ହେବ । ଦରବୃଦ୍ଧି ପାଇଁ ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ଙ୍କ କାରକେଡକୁ ଅଣ୍ଡା ମାଡ ପ୍ରସଙ୍ଗ । ଘଟଣାକୁ ତୀବ୍ର ନିନ୍ଦା କଲେ ଲତିକା । ଧାର୍ମିକ କାମରେ ମୁଖ୍ୟମନ୍ତ୍ରୀ ପୁରୀ  ଯାଇଥିଲେ । ଯେଉଁମାନେ ଏଭଳି କରିଛନ୍ତି ତାଙ୍କୁ ଭଗବାନ ଉଚିତ ଶାସ୍ତି ଦେବେ ।