Odia News Portal

କେମିତି ଦୂର ହେବ ଜୀବନର ସବୁ ସମସ୍ୟା


ହିନ୍ଦୁ ଧର୍ମରେ ସପ୍ତାହର ପ୍ରତ୍ୟେକ ଦିନ କିଛି ଦେବତାଙ୍କୁ ଉତ୍ସର୍ଗ କରାଯାଇଥାଏ। ସେହିପରି ସୋମବାର ଭଗବାନ ଶିବଙ୍କୁ ପୂଜା କରିବାର ବିଶେଷ ମହତ୍ତ୍ୱ ରହିଛି। ଶିବ ପୁରାଣ ଅନୁଯାୟୀ, ସୋମବାର କିଛି ସରଳ ପଦକ୍ଷେପ ଗ୍ରହଣ କରି ଶିବଙ୍କର ଅସୀମ କୃପା ପାଇପାରିବେ। ବିଶ୍ୱାସ କରାଯାଏ ଯେ ଏହି ପ୍ରତିକାର ଦ୍ୱାରା ଜୀବନର ସମସ୍ୟା ସମାପ୍ତ ହୁଏ । ଏଭଳି ପରିସ୍ଥିତିରେ ଘରେ ସୁଖ ଏବଂ ସମୃଦ୍ଧତା ଥାଏ । ତେବେ ଚାଲନ୍ତୁ ଜାଣିବା ସେହି ଉପାୟ ଗୁଡିକ ବିଷୟରେଟ୍ଟ
ସୁଖ, ସମୃଦ୍ଧତା ପାଇଁ
ସୋମବାର ଦିନ ଭଗବାନ ଶିବଙ୍କ ବାହାନ ନନ୍ଦୀ ଅର୍ଥାତ୍ ଷଣ୍ଢକୁ ଖାଇବାକୁ ଦିଅନ୍ତୁ ଜ୍ଝ ବିଶ୍ୱାସ କରାଯାଏ ଯେ ଏହା ଜୀବନର ସମସ୍ୟାକୁ ଦୂର କରିଥାଏ ଏବଂ ଘରର ସୁଖ ଏବଂ ସମୃଦ୍ଧତାକୁ ବଢ଼ାଇ ଥାଏ
ଶନିଦଶା ଠାରୁ ମୁକ୍ତି ପାଇବା ପାଇଁ
ସୋମବାର ଦିନ ଏକ ତମ୍ବା ପାତ୍ରରେ ପାଣି ଭରନ୍ତୁ। ଏବେ ସେଥିରେକଳା ମଞ୍ଜି ମିଶାନ୍ତୁ ଏବଂ ‘ଓଁ ନମଃ ଶିବୟା’ ମନ୍ତ୍ର ଜପ କରି ଏହାକୁ ଶିବଲିଙ୍ଗରେ ଅର୍ପଣ କରନ୍ତୁ। ଏହା ଶନି ଶାନିଦଶା ଠାରୁ ମୁକ୍ତି ଦେଇଥାଏ ।
ସଂକଟରୁ ମୁକ୍ତି ପାଇବା ପାଇଁ:
ଯଦି ଆପଣଙ୍କ ଜୀବନ ସମସ୍ୟା ମଧ୍ୟରେ ଘେରି ରହିଛି, ତେବେ ପ୍ରତ୍ୟେକ ଦିନ ମାଛକୁ ଅଟାର ଗୋଳି ତିଆରି କରି ମାଛକୁ ଖାଇବାକୁ ଦିଅନ୍ତୁ। ଏହି ସମୟରେ ମନରେ ‘ଓଁ ନମଃ ଶିବାୟ’ ମନ୍ତ୍ର ଜପ କରନ୍ତୁ। ଏହି ଉପାୟକୁ ସୋମବାର ଦିନ ଆରମ୍ଭ କରନ୍ତୁ। ଏହା ଦ୍ୱାରା ଆସୁଥିବା ସଂକଟ ଦୂର ହୋଇଥାଏ।