Odia News Portal

ପୁରୁଷଙ୍କ ଚେହେରାକୁ ଆକର୍ଷଣୀୟ ବନାଇବ ଏହିସବୁ ଫେସପ୍ୟାକ୍

ଯୁବତୀମାନଙ୍କ ଭଳି ପୁରୁଷମାନଙ୍କ ମୁହଁରେ ମଧ୍ୟ ବ୍ରଣ, ଦାଗ , ବ୍ଲାକହେଡସ ଇତ୍ୟାଦି ବାହାରିଥାଏ। ନିଜର ତ୍ବଚାକୁ ରକ୍ଷା କରିବା ପାଇଁ ବିଭିନ୍ନ ପ୍ରକାରର ଉପାୟକୁ ଆପଣେଇଥାନ୍ତି। ଆଉ ଯୁବତୀମାନଙ୍କ ତୁଳନାରେ ପୁରୁଷମାନେ ନିଜର ମୁହଁର ଯତ୍ନ କମ୍ ନେଇଥାନ୍ତି। ଯେଉଁଥିପାଇଁ ସେମାନଙ୍କ ମୁହଁର ଉଜ୍ବଳତା ଏବଂ ଆକର୍ଷଣ କମିଯାଏ। । କିନ୍ତୁ ଏହି ତ୍ବଚାର ଯତ୍ନ କିମ୍ବା ବିୟୁଟି ମାସ୍କକୁ ପୁରୁଷମାନେ ସବୁବେଳେ ଅଣଦେଖା କରିଥାନ୍ତି ।

ପୁରୁଷମାନେ ନିଜ ତ୍ବଚାର ଯତ୍ନ ପ୍ରତି ସଚେତନ ନହେବା କାରଣରୁ କମ୍ ବୟସରେ ହିଁ ଚେହେରାରେ ବୟସର ଛାପ ଦେଖାଯାଇଥାଏ । ଏହାଛଡ଼ା ବ୍ରଣ, ବ୍ଲାକହେଡ୍ ଓ ବ୍ରଣଜନିତ କଳାଦାଗ ଭଳି ଅନେକ ତ୍ବଚା ସମ୍ବନ୍ଧୀୟ ସମସ୍ୟା ରହିଛି, ଯାହାକି ପୁରୁଷଙ୍କ ଠାରେ ଅଧିକ ଥାଏ । ତେଣୁ ପୁରୁଷମାନେ ମଧ୍ୟ ନିଜ ତ୍ୱଚାର ଧ୍ୟାନ ରଖିବା ଉଚିତ୍। ଏଥିପାଇଁ ପୁରୁଷ ମାନଙ୍କ ପାଇଁ ମଧ୍ୟ ଅନେକ କିଛି ବିୟୁଟି ମାସ୍କ ମଧ୍ୟ ରହିଛି ।

କିଛି ଏମିତି ଉପାୟ ରହିଛି ତାହାକୁ ଆପଣାଇ ପୁରୁଷମାନେ ନିଜ ତ୍ବଚା ଏବଂ ଚେହେରାର ଆକର୍ଷଣୀୟ ଏବଂ ଚମକଦାର ତ୍ବଚା ପାଇପାରିବେ। ଏହି ଉପାୟ ଆପଣାଇ ଦାଗ, ବ୍ରଣ, ବ୍ଲାକ ହେଡସ, ଲୋଚାକୋଚା ଚର୍ମର ସମସ୍ତ ସମସ୍ୟାରୁ ଛୁଟକାରା ପାଇପାରିବେ। ତେବେ ଜାଣନ୍ତୁ ପୁରୁଷମାନେ କେମିତି ନେବେ ଯତ୍ନ: ଟମାଟୋ ରସରେ ଭିଟାମିନ ସି ପ୍ରଚୁର ମାତ୍ରାରେ ରହିଥାଏ। ତେଣୁ ସପ୍ତାହକୁ ଅତି କମରେ ଦୁଇ ଥର ଟମାଟୋ ଜୁସରେ ଅଳ୍ପ ଲେମ୍ବୁ ରସ ମିଶାଇ ଦିଅନ୍ତୁ। ଏହାକୁ ମୁହଁ ଠାରୁ ଆରମ୍ଭ କରି ବେକ ପର୍ଯ୍ଯନ୍ତ ଲଗାଇଦିଅନ୍ତୁ। ଏହା ଶୁଖିଗଲା ପରେ ମୁହଁକୁ ଧୋଇଦିଅନ୍ତୁ। ଏମିତି କଲେ ତ୍ବଚାରେ ଉଜ୍ବଳତା ଆସିବ।

ସେହିପରି ପୁରୁଷମାନେ ବ୍ରଣ, ଦାଗ, ଟ୍ୟାନିଂରୁ ଛୁଟକାରା ପାଇବା ପାଇଁ ବେସନ ଦହିକୁ ମିଶାଇ ଫେସପ୍ୟାକ୍ କରି ଲଗାନ୍ତୁ। ଆପଣ ଚାହିଁଲେ ସମାନ ମାତ୍ରାରେ ଦହି ଓ ବେସନକୁ ମିଶାଇ ମୁହଁ ଓ ବେକରେ ୧୦ରୁ ୧୫ ମିନିଟ ଲଗାଇ ଦିଅନ୍ତୁ। ଏହା ଶୁଖିଗଲା ପରେ ପରିଷ୍କାର ପାଣିରେ ଧୋଇଦିଅନ୍ତୁ। ସପ୍ତାହକୁ ୨ ଥର ଏପରି ଉପାୟ କରନ୍ତୁ।

ତେଲିଆ ତ୍ବଚା ପାଇଁ ବ୍ରଣ ଇତ୍ୟାଦି ଛୁଟକାରା ପାଇବାକୁ ଚାହୁଁଥିଲେ, ସେଓ ଖଣ୍ଡକୁ ଭଲଭାବେ ପେଷ୍ଟ କରିଦିଅନ୍ତୁ, ସେଥିରେ ୧ ଚାମଚ ଦହି, ୧ ଚାମଚ ଲେମ୍ବୁ ରସମିଶାଇ ମୁହଁରେ ଲଗାନ୍ତୁ। ୧୦ରୁ ୧୫ ମିନିଟ ପର୍ଯ୍ଯନ୍ତ ଶୁଖିଗଲା ପରେ ପାଣିରେ ଧୋଇଦିଅନ୍ତୁ।