Odia News Portal

ଚମକ ବଜାୟ ରଖିବା ପାଇଁ ପ୍ରତିଦିନ ମୁହଁକୁ ଭଲ ଭାବେ ସଫା କରନ୍ତୁ

ଆପଣଙ୍କ ଜୀବନଶୈଳୀ ଓ ଖାଇବା ପିଇବା ଆପଣଙ୍କ ମୁହଁକୁ ଅନେକ ମାତ୍ରାରେ ପ୍ରଭାବିତ କରିଥାଏ।ଝିଅମାନେ ନିଜ ମୁହଁର ସୌନ୍ଦର୍ୟ୍ୟ ବୃଦ୍ଧି ପାଇ ପ୍ରାୟତଃ ସର୍ବଦା ଚିନ୍ତିତ ରୁହନ୍ତି। କାରଣ ଋତୁ ବଦଳିବା ସଙ୍ଗେ ସଙ୍ଗେ ମୁହଁରେ ଅନେକ ପ୍ରକାର ସମସ୍ୟା ଦେଖା ଦେଇଥାଏ। ମୁହଁର ସୌନ୍ଦର୍ୟ୍ୟ ବଜାୟ ରଖିବା ଜରୁରୀ ଅଟେ।
ଚମକ ବଜାୟ ରଖିବା ପାଇଁ ପ୍ରତିଦିନ ଠିକ ରୂପେ ମୁହଁକୁ ଭଲ ଭାବେ ସଫା କରନ୍ତୁ। ଖରାରେ ବାହାରକୁ ବାହାରିଲା ବେଳେ ମୁହଁରେ ସନସ୍କ୍ରିନ ଲୋଶନ ଲଗାନ୍ତୁ। ସବୁ ପ୍ରକାର ପନିପରିବା ଖାଆନ୍ତୁ।
ଗୋଟେ ଚାମଚ ମହୁରେ ଗୋଟେ ଚାମଚ ପାଣି ମିଶାଇ ମୁହଁ ଓ ବେକରେ ଲଗାନ୍ତୁ। ତାହା ଶୁଖି ଗଲା ପରେ ଭଲ ଭାବରେ ପାଣିରେ ଧୋଇ ଦିଅନ୍ତୁ। ଏହାଦ୍ବାରା ମୁହଁରେ ଥିବା ଧୂଳି ବାହାରି ଯିବ।

ଡ଼େରିରେ ଶୋଇଲେ ମୁହଁରେ ଅନେକ ଦାଗ ହୋଇଥାଏ, ତେଣୁ ରାତିରେ ଶୀଘ୍ର ଶୋଇବା ଉଚିତ।

ତିନୋଟି ବାଦାମ କ୍ଷୀରରେ ପକାଇ ଭିଜାଇ ଦିଅନ୍ତୁ। ବାଦାମ ଫୁଲିଗଲା ପରେ ତାକୁ ଭଲ ଭାବରେ ପେଶି ରାତିରେ ଶୋଇବା ପୂର୍ବରୁ ମୁହଁରେ ଲଗାନ୍ତୁ। ସକାଳେ ଉଠି ମୁହଁ ଧୋଇ ଦିଅନ୍ତୁ। ଏପରି କରିବା ଦ୍ବାରା ମୁହଁର ଚମକ ବୃଦ୍ଧି ପାଇଥାଏ।
ପାଚିଲା ଅମୃତଭଣ୍ଡା ଛୋଟ ଖଣ୍ଡ ନିଅନ୍ତୁ। ସେଥିରେ ଏକ ଚାମଚ ମହୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୩୦ ମିନିଟ ପର୍ୟ୍ୟନ୍ତ ରଖନ୍ତୁ। ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।

–ଅଧା ଚାମଚ ଅମୃତଭଣ୍ଡା ରସରେ ଏକ ଚାମଚ ମହୁ ଓ ଅଧା ଚାମଚ ଲେମ୍ବୁ ରସକୁ ଭଲ ଭାବରେ ମିଶାନ୍ତୁ। ଏହାକୁ ତ୍ୱଚାରେ ପ୍ରଲୋପ କରନ୍ତୁ। ୧୫–୨୦ ମିନିଟ୍ ପରେ ନଖ ଉଷୁମ ପାଣିକୁ ହାତରେ ନେଇ ଧୀରେ ଧୀରେ ମସାଜ କରନ୍ତୁ। ପ୍ରଲେପଟି ଛାଡିଗଲା ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ। ଏହାକୁ ସପ୍ତାହରେ ଥରେ ବ୍ୟବହାର କରନ୍ତୁ ଫରକ ନିଜେ ଜାଣିପାରିବେ।
ପାଚିଲା ଅମୃତଭଣ୍ଡା ଚୋପା ମୁହଁ ଭାଙ୍ଗ ଦୂର କରିବାରେ ସହାୟକ ହୋଇଥାଏ। ମୃତ କୋଷିକାକୁ ଦୂର କରିବା ସହ ମୁହଁରୁ ଭାଙ୍ଗ ଓ ଦାଗ ଦୂର କରିଥାଏ। ତେଣୁ ଅମୃତଭଣ୍ଡା ଚୋପାକୁ ମୁହଁରେ ଲଗାନ୍ତୁ।

– ପାଚିଲା ଅମୃତଭଣ୍ଡାର ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ଆଖି ତଳେ ଚାରି କଡରେ ଳଗାଇ ୧୦ ମିନିଟ ଛାଡି ଦିଅନ୍ତୁ। ପରେ ପାପୁଲିରେ ଧୀରେ ଧୀରେ ଘସି ଉଷୁମ ପାଣିରେ ଏକ କଟନକୁ ଭିଜାଇ, ସେଥିରେ ସଫା କରି ପୋଛି ଦିଅନ୍ତୁ। ଆଖିତଳ କଳା ଦାଗ ଖୁବ୍ କମ୍ ଦିନରେ ଦୂର ହେବ।

– ଏକ କପ ପାଚିଲା ଅମୃତଭଣ୍ଡାର ପେଷ୍ଟ ନିଅନ୍ତୁ। ସେଥିରେ ଏକ ଚାମଚ ମହୁ ଓ ହଳଦୀ ଗୁଣ୍ଡ ମିଶାଇ ଏକ ପ୍ରଲେପ କରି ମୁହଁରେ ଲଗାଇ ୨୦–୩୦ ମିନିଟ ପର୍ୟ୍ୟନ୍ତ ରଖନ୍ତୁ। ଶୁଖିଗଲା ପରେ ଉଷୁମ ପାଣିରେ ଘସି କାଢି ଦିଅନ୍ତୁ ପରେ ଥଣ୍ଡା ପାଣିରେ ଭଲ ଭାବରେ ମୁହଁ ଧୋଇ ଦିଅନ୍ତୁ। ସନ୍ ଟ୍ୟାନ ଦୂର ହେବ।

–ମୁହଁରୁ ବ୍ରଣ ଦୂର କରିବା ପାଇଁ ପାଚିଲା ଅମୃତଭଣ୍ଡାରେ ପେଷ୍ଟ ତିଆରି କରନ୍ତୁ। ଏହାକୁ ମୁହଁରେ ମାକ୍ସ ଭଳି ଲଗାଇ ୧୫–୨୦ ମିନିଟ ରଖି ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏହା ଦ୍ବାରା ବ୍ରଣ ଦୂର ହେବ।