Odia News Portal

ଜାଣନ୍ତୁ ‘ଗ୍ରୀନ୍-ଟି’ର ଫାଇଦା

ନିୟମିତ ଗ୍ରିନ୍‌ ଟି ପିଇବା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଉପଯୋଗୀ । ଶୀତଦିନେ ଏହା ଶରୀର ପାଇଁ ଲାଭଦାୟକ ହୋଇଥାଏ । ଏଥିରେ ଆଣ୍ଟି-ଅକ୍ସିଡ଼ାଣ୍ଟ ଏବଂ ଆଲ୍‌କାଲଏଡ୍‌ର ପରିମାଣ ଅଧିକ ଥିବାରୁ ଏହା ଶରୀର ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ । ଗ୍ରିନ୍‌ ଟିରେ ଭରପୂର ମାତ୍ରାରେ ଭିଟାମିନ୍‌ ଏ, ଭିଟାମିନ ଡି, ଭିଟାମିନ୍‌ ବି, ଭିଟାମିନ୍‌ ସି ରହିଥାଏ । ଏଥିସହ ମାଙ୍ଗାନିଜ୍‌, ଜିଙ୍କ୍‌ ଆଦି ଖଣିଜ ତତ୍ତ୍ୱ ଭରପୂର ପରିମାଣରେ ରହିଥାଏ । ଗୋଟିଏ କପ୍‌ ଗ୍ରିନ୍‌ ଟି ରେ ୯୯.୫ ପ୍ରତିଶତ ପାଣି ରହିଥାଏ ଯାହା ସ୍ୱାସ୍ଥ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହା ଦ୍ୱାରା ମୁହଁର ତ୍ୱଚା କୁଞ୍ଚିତ ହେବା, ଫାଟିବା ଓ ଶୁଷ୍କ ହେବା ଭଳି ସମସ୍ୟାରୁ ରକ୍ଷା କରିଥାଏ। ଏବେ ଜାଣନ୍ତୁ ଗ୍ରିନ୍‌ ଟି ଆଉ କିଛି ଉପକାରିତା ।

– ଓଜନ ହ୍ରାସ କରିବାର ସବୁଠାରୁ ଉତ୍ତମ ଏବଂ ସହଜ ଉପାୟ ହେଉଛି ଗ୍ରିନ୍‌ ଟି । ଏହା ଶରୀରରେ ବୃଦ୍ଧି କରାଉଥିବା ଅଦରକାରୀ ଚର୍ବି ଅଂଶକୁ କମାଇବାରେ ସାହାଯ୍ୟ କରିଥାଏ । ନିୟମିତ ସକଳେ ଗୋଟିଏ କପ୍‌ ଗ୍ରିନ୍‌ ଟି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର ହୋଇଥାଏ । ଏହା ମେଦ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

– ଏହା କ୍ୟାନ୍‌ସର୍‌ ପାଇଁ ବେଶ ଉପଯୋଗୀ ହୋଇଥାଏ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍‌ କ୍ୟାନ୍‌ସର୍‌ ଭଳି ମାରାତ୍ମକ ରୋଗରୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ।

– ଏହା ମସ୍ତିଷ୍କକୁ ଅଧିକ କାର୍ଯ୍ୟକ୍ଷମ କରାଇଥାଏ । ପ୍ରତିଦିନ ଗ୍ରିନ୍‌ ଟି ପିଉଥିବା ଲୋକଙ୍କର ମସ୍ତିଷ୍କ ଅନ୍ୟମାନଙ୍କ ତୁଳନାରେ ଅଧିକ କାର୍ଯ୍ୟକ୍ଷମ ହୋଇଥାଏ।

– ଏହା ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ । ମଧୁମେହ ରୋଗୀ ଏହାକୁ ନିୟମିତ ୩ରୁ ୪ କପ୍‌ ପିଇବା ଉଚିତ୍‌। ଏହା ଶରୀରରେ ଶର୍କରାର ପରିମାଣକୁ ନିୟନ୍ତ୍ରଣ କରିଥାଏ।

– ଏଥିରେ ପଲିଫେନୋଲ୍‌ ଆଣ୍ଟିଅକ୍ସିଡାଣ୍ଟ୍‌ ଥାଏ । ଏହା ଶରୀରକୁ ବୟସ ଜନିତ ତ୍ୱଚା କୁଞ୍ଚନରୁ ରକ୍ଷା କରିଥାଏ ।

– ଗ୍ରିନ୍‌ ଟିରେ ଲିଥେନାଇନ୍‌ ରାସାୟନିକ ଦ୍ରବ୍ୟ ଥିବାରୁ ଏହା ଶାରୀରିକ ଏବଂ ମାନସିକ ଆରାମ ପ୍ରଦାନ କରିଥାଏ ।

– ଏହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଶରୀରକୁ ରୋଗମୁକ୍ତ କରିଥାଏ ।