Odia News Portal

ଘନ କେଶ ଲାଗି ଆପଣାନ୍ତୁ ଏହି ଘରୋଇ ଉପଚାର

ଭୁବନେଶ୍ୱର: ସୁସ୍ଥ କେଶ ପାଇଁ ଘିକୁଆଁରୀ ଓ ମହୁର ବ୍ୟବହାର କରିପାରିବା। ଏହା ଆପଣଙ୍କ କେଶକୁ ସୁସ୍ଥ ରଖିବା ସହ ପୋଷଣ ଯୋଗାଇଥାଏ। ଘିକୁଆଁରୀ ଓ ମହୁରେ ଥିବା ପୋଷକ ତତ୍ତ୍ବ ରକ୍ତସ୍ତରକୁ ଠିକ ରଖିଥାଏ। ଏହାଦ୍ବାରା କେଶ ଠିକ ଭାବେ ବୃଦ୍ଧି ପାଇଥାଏ।

କେଶ ପାଇଁ ଘିକୁଆଁରୀ ଓ ମହୁର ବ୍ୟବହାର :
ପ୍ରଥମେ ଅଧ କପ ଘିକୁଆଁରୀ ରସ ନେଇ ସେଥିରେ ଦୁଇ ଚାମଚ ମହୁ ଓ ଏକ ଚାମଚ ନଡିଆ ତେଲ ମିଶାଇ ଦିଅନ୍ତୁ। ଏହି ମିଶ୍ରଣକୁ ଏକ ପାତ୍ରରେ ବନ୍ଦ କରି କିଛି ସମୟ ରଖନ୍ତୁ। ମିଶ୍ରଣଟିକୁ ମୁଣ୍ଡରେ କେଶ ମୂଳରେ ୫ମିନିଟ ମାଲିସ କରନ୍ତୁ। ମାଲିସ କରିବା ପରେ ୩୦ମିନିଟ ପର୍ୟ୍ୟନ୍ତ କେଶକୁ ଖୋଲା ଛାଡି ଦିଅନ୍ତୁ। ନିର୍ଦ୍ଧାରିତ ସମୟ ପରେ ସାମ୍ପ୍ୟୁ ଲଗାଇ ଭଲ ଭାବେ କେଶ ସଫା କରି ଧୋଇ ଦିଅନ୍ତୁ।
ମହୁ ଓ ଘିକୁଆଁରୀର ମିଶ୍ରଣକୁ ସପ୍ତାହରେ ୩ଥର କେଶରେ ଲଗାନ୍ତୁ। ଏହା ଆପଣଙ୍କ କେଶକୁ ପୋଷଣ ଯୋଗାଇଥାଏ। ଏହାଦ୍ବାରା କେଶ ଠିକ ଭାବେ ବୃଦ୍ଧି ପାଇଥାଏ।

କେଶରେ ଘିକୁଆଁରୀ ଲଗାଇବାର ଲାଭ :
ଘିକୁଆଁରୀରେ ଭିଟାମିନ-ସି ଓ ଏ ରହିଛି। ଏହା କେଶକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଘିକୁଆଁରୀ କେଶର ମୂଳକୁ ଶକ୍ତ କରିଥାଏ। ଏହାସହ କେଶକୁ ବଢିବାରେ ସାହାର୍ୟ୍ୟ କରିଥାଏ।
କେଶରେ ମହୁ ଲଗାଇବାର ଲାଭ :
ମହୁରେ ଅନେକ ପୋଷକ ତତ୍ତ୍ବ ରହିଛି। ଏହା କେଶକୁ ଉଚିତ ପରିମାଣରେ ପୋଷକ ଯୋଗାଇଥାଏ। ଏହାଦ୍ବାରା କେଶ ଶୀଘ୍ର ବଢିବା ସହ ଝଡିବା ସମସ୍ୟା ଦୂର ହୋଇଥାଏ। ଏହା କେଶକୁ ନରମ କରିଥାଏ।
ମାଛ ତେଲରେ ଆଣ୍ଟି-ଇନଫ୍ଲାମେଟୋରି ଥିବା କାରଣରୁ ଏହା ତ୍ବଚା ସଂକ୍ରାମଣରୁ ରକ୍ଷା କରେ ।
ଏହା ତ୍ବଚାକୁ ମଶ୍ଚରାଇଜ୍ କରେ ।
ମୁହଁରେ ବ୍ରଣ ହେବାକୁ ଦିଏ ନାହିଁ ।
କେଶ ଝଡିବା ବନ୍ଦ କରେ ।
କେଶ ଘନ ଓ ଲମ୍ବା କରେ ।
ଦୁଇ ଚାମଚ ଅଲିଭ ତେଲ ନେଇ ସେଥିରେ ଦୁଇଟି ମାଛ ତେଲ କ୍ୟାପସୁଲ ମିଶାନ୍ତୁ । ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ପରେ ଏହି ତେଲକୁ କେଶ ମୂଳରେ ଭଲ ଭାବେ ମାଲିସ କରନ୍ତୁ । ଦୁଇ-ତିନି ଘଣ୍ଟା ପରେ କେଶ ଶାମ୍ପୁ କରି ଦିଅନ୍ତୁ ।
ରସୁଣରେ ଆଣ୍ଟି-ମାଇକ୍ରୋବାୟଲ ରହିଛି। ଏହାକୁ କେଶରେ ଲଗାଇବା ଦ୍ବାରା ଜୀବାଣୁ ଓ ବ୍ୟାକ୍ଟେରିଆ ଠାରୁ ମୁକ୍ତି ମିଳିଥାଏ। ଏହାସହ ରୂପି ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ।

ରସୁଣକୁ କେଶରେ ଲଗାଇବା ଦ୍ବାରା ନୂଆ କେଶ ଉତ୍ପନ୍ନ ହୋଇ ତାହା ଘନ ହୋଇଥାଏ। ଆସନ୍ତୁ ଜାଣିବା, କେଶରେ ରସୁଣ ବ୍ୟବହାରର ଉପାୟ ସମ୍ବନ୍ଧରେ ..
ପ୍ରଥମେ ଚାରି ଚାମଚ ରସୁଣ ରସ ନେଇ ସେଥିରେ ଚାରି ଚାମଚ ପାଣିରେ ମିଶାଇ ଦିଅନ୍ତୁ। ଏହାକୁ କେଶ ମୂଳରେ ଭଲ ଭାବେ ମାଲିସ କରନ୍ତୁ। ଏହାକୁ ପ୍ରତ୍ୟେକ ଦିନ ଦୁଇ ଥର କରିବା ଦ୍ବାରା କେଶ ଝଡିବାରୁ ସମସ୍ୟାରୁ ମୁକ୍ତି ମିଳିବ।
୮ରୁ ୧୦ଟି ରସୁଣ ନେଇ ସେଥିରୁ ରସ ବାହାର କରି ଦିଅନ୍ତୁ। ତାପରେ ସେହି ରସରେ ଗୋଟିଏ ଚାମଚ ମହୁ ମିଶାଇ ଦିଅନ୍ତୁ। ତାପରେ ଏହାକୁ କେଶ ମୂଳରେ ଲଗାଇ ୨୦ମିନିଟ ପର୍ୟ୍ୟନ୍ତ ଛାଡି ଦିଅନ୍ତୁ। ତାପରେ କେଶକୁ ସାମ୍ପୁ କରି ଧୋଇ ଦିଅନ୍ତୁ। ସପ୍ତାହକୁ ଦୁଇ ଥର ଏପରି କରିବା ଦ୍ବାରା ରୂପି ସମସ୍ୟାରୁ ମୁକ୍ତି ମିଳିଥାଏ।
ଏହା ବ୍ୟତୀତ ଘନ ଓ ଲମ୍ବା କେଶ ପାଇଁ ନଡିଆ ତେଲ ସହ ରସୁଣ ମିଶାଇ ଲଗାନ୍ତୁ। ଏଥିପାଇଁ ନଡିଆ ତେଲକୁ ଅଳ୍ପ ଆଞ୍ଚରେ ଗରମ କରନ୍ତୁ। ସେଥିରେ ୪ରୁ ୫ଟି ରସୁଣ ପାଖୁଡା ପକାଇ ଫୁଟାନ୍ତୁ। ଏହି ତେଲକୁ କେଶ ମୂଳରେ କିଛି ସମୟ ମାଲିସ କରିବା ପରେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ବାରା କେଶ ଝଡିବାରୁ ସମସ୍ୟାରୁ ମୁକ୍ତି ମିଳିବ।