Odia News Portal

ଆସନ୍ତା ୨ରୁ ଓଡିଶାରେ ପୁଣି ବର୍ଷା

ଆସନ୍ତା ୨ ତାରିଖରୁ ପୁଣି ଓଡ଼ିଶାରେ ଲଘୁଚାପ ବର୍ଷା ସମ୍ଭାବନା । ଆସନ୍ତା ୩୦ରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ଆସନ୍ତା ୨ରୁ ୪ ତାରିଖ ମଧ୍ୟରେ ବର୍ଷା ହେବା ସମ୍ଭାବନା ରହିଛି ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ।

ତେବେ ଆସନ୍ତା ୪ ତାରିଖ ବେଳକୁ ଏହା ଘନୀଭୂତ ହୋଇ ଉପକୂଳ ମୁହାଁ ହୋଇପାରେ । ଯାହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ଏପରିକି ଏହି ଲଘୁଚାପ କ୍ଷେତ୍ର ସାଇକ୍ଲୋନିକ ଡିଷ୍ଟରବାନ୍ସରେ ପରିଣତ ହେବାର ସଂକେତ ମିଳୁଥିବା କହିଛନ୍ତି ଆଇଏମଡି ଡିଜି । କିନ୍ତୁ ଏହା ଯଦି ବାତ୍ୟାର ରୂପ ନିଏ ତେବେ କେଉଁ ଅଞ୍ଚଳ ଦେଇ ଅତିକ୍ରମ କରିବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।