Odia News Portal

ଏହି ଜେଲରେ ଜଣେ କଏଦୀ ପାଇଁ ଖର୍ଚ୍ଚ ହୁଏ ୯୩ କୋଟି

କ୍ୟୁବାରେ ଏମିତି ଏକ ଜେଲ୍ ଅଛି ଯେଉଁଠି ଜଣେ କଏଦୀ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୁଏ। ଏଥିପାଇଁ ସେଠାର ଜେଲ୍ ବିଶ୍ବର ସବୁଠୁ ବଡ ଜେଲ୍ ବୋଲି କୁହାଯାଏ। ଏହି ଜେଲର ନାଁ ହେଉଛି ଗୁଆତନାମୋ ବେ କାରାଗାର(Guantanamo Bay Jail)।

ଏହି ଜେଲରେ ୨ଟି ଗୁପ୍ତ ମୁଖ୍ୟାଳୟ ଓ ତିନୋଟି ଡାକ୍ତରଖାନା ରହିଛି। ଏହା ବ୍ୟତୀତ ଏଠାରେ ଓକିଲଙ୍କ ପାଇଁ ଅଲଗା ଅଲଗା କମ୍ପାଉଣ୍ଡ ତିଆରି କରାଯାଇଛି। ଏଠାରେ କଏଦୀଙ୍କ ପାଇଁ ଚର୍ଚ୍ଚ ଓ ସିନେମା ବ୍ୟବସ୍ଥାର ସୁବିଧା ମଧ୍ୟ କରାଯାଇଛି। କେବଳ ସେତିକି ନୁହେଁ ଏଠାରେ ଜିମ୍ ଏବଂ ପ୍ଲେ ଷ୍ଟେସନର ସୁବିଧା ମଧ୍ୟ ରହିଛି।