Odia News Portal

କର୍ପୂରର ବ୍ୟବହାର ଦ୍ଵାରା ପୂର୍ଣ୍ଣ ହୋଇଥାଏ ସମସ୍ତ ମନୋସ୍କାମନା

କର୍ପୁର ବ୍ୟବହାର କରିବା ଦ୍ୱାରା ଘରକୁ ସକାରାତ୍ମକ ଶକ୍ତିର ଆଗମନ ହୋଇଥାଏ । ଶାସ୍ତ୍ର ଅନୁସାରେ ଏପରି କିଛି ତଥ୍ୟ ଦିଆଯାଇଛି ଯାହା ରବିବାର ଦିନ ଆପଣ କର୍ପୁରର ବ୍ୟବହାର କରିବା ଦ୍ୱାରା ଅର୍ଥର ଅସୁବିଧାକୁ ଦୂର କରିଥାଏ ।

ରବିବାର ଦିନ ଶ୍ରୀ କର୍ପୂର ଓ ଗୋଲାପ ଫୁଲ ମା ଦୁର୍ଗାଙ୍କ ନିକଟରେ ଜଳାଇବା ଦ୍ୱାରା ଧନ ଲାଭର ବାଟ ଖୋଲିଯାଇ ଥାଏ ଏବଂ ବ୍ୟବସାୟ ରେ ସଫଳତା ପ୍ରାପ୍ତି ହୋଇଥାଏ । ଏହିଦିନ ମଧ୍ୟ ସୂର୍ଯ୍ୟଙ୍କ ନିକଟରେ କର୍ପୂର ଆଳତି କରିବା ଜରୁରୀ , ଯାହାଦ୍ୱାରା ଯଶ ବୃଦ୍ଧି ହୋଇଥାଏ ।

ରବିବାର ଦିନ ଶ୍ରୀକର୍ପୂରରେ ୩ଟି ଲବଙ୍ଗ ମିଶାଇ ଆଳତୀ କରିବା ଦ୍ୱାରା ଘରର ନକାରାତ୍ମକ ଶକ୍ତି ଦୂର ହୋଇଥାଏ । ଯଦି ଆପଣ ଗୋଟିଏ ରୁପା ପାତ୍ରରେ କର୍ପୁର ଓ ଦୁଗ୍ଧ ସୂର୍ଯ୍ୟଙ୍କୁ ଅର୍ପଣ କରିବେ ତେବେ ସନ୍ତାନ ମାନଙ୍କ ଜୀବନରେ ସୁଖ ସମୃଦ୍ଧିର ବୃଦ୍ଧି ହୋଇଥାଏ ।

ପ୍ରତିଦିନ ତ କର୍ପୁର ଜଳାଇବା ଆବଶ୍ୟକ । କିନ୍ତୁ ରବିବାର ଦିନ ସୂର୍ଯ୍ୟଦେବଙ୍କ ନିକଟରେ ଘିଅ ଓ କର୍ପୁର ମିଶାଇ ଆଳତୀ କରିବା ଉଚିତ । ଏହା ଦ୍ୱାରା ରୋଗ ବୈରାଗ ଦୂର ହୋଇଥାଏ ।

ଯଦି ପ୍ରତିଦିନ ଘରର ପୂଜା ସ୍ଥଳରେ କର୍ପୁର ଜଳା ଯାଇଥାଏ ତେବେ ପରିବାରର ସମସ୍ତ ସଦସ୍ୟ ରୋଗମୁକ୍ତ ରହି ଥାଆନ୍ତି ଓ ବାସ୍ତୁ ଦୋଷ ଦୂର ହୋଇଥାଏ ।

ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ରବିବାର ଦିନ ପତିପତ୍ନୀ ମିଳିତ ଭାବରେ ସୂର୍ଯ୍ୟଦେବ ଙ୍କୁ ପୂଜା କରିବା ଆବଶ୍ୟକ ଓ ଏହି ପୂଜାରେ ଦୁଗ୍ଧ ଅର୍ଘ୍ୟ ଦେବା ଜରୁରୀ ଏବଂ ସୂର୍ଯ୍ୟଦେବଙ୍କ ଉଦେଶ୍ୟରେ ସୂର୍ଯ୍ୟ ମନ୍ତ୍ର ପାଠ କରି କର୍ପୂର ଆଳତୀ କରନ୍ତୁ ।

ଯେଉଁ ଲୋକମାନେ ଆକସ୍ମିକ ଦୁର୍ଘଟଣାକୁ ଭୟ କରନ୍ତି ସେମାନେ ପ୍ରତିଦିନ ହନୁମାନ ଚାଳିଶା ପାଠ କରି କର୍ପୂର ଆଳତୀ କରନ୍ତୁ ।