Odia News Portal

ଅପରେସନ ନୀଳ ଜହର

କନ୍ଧମାଳ ଜ଼ିଲ୍ଲା କ. ନୂଆଗାଁ ଥାନା ଅଞ୍ଚଳରେ ପୋଲିସ ଓ ଅବକାରୀ ବିଭାଗର ପୁଣି ଅପରେସନ ନୀଳ ଜହର । ଶୁକ୍ରବାର କ. ନୂଆଗାଁ ଥାନା ଅନ୍ତର୍ଗତ ସାଇନପଡା ଗ୍ରାମ ପଞ୍ଚାୟତର ନଦୀ ତଟବର୍ତ୍ତୀ ଅଞ୍ଚଳର ଉପାନ୍ତ ନନ୍ଦମାହା ଓ କିରାକେତା ଗାଁରେ ନଷ୍ଟ କରାଗଲା ଗଞ୍ଜେଇ ଚାଷ । ସରକାରୀ ଜମି ଓ ଜଙ୍ଗଲ ଜମିରେ ବେଆଇନ ଭାବେ ଚାଷ ହୋଇଥିବା ଅଶିଏ ଏକର ଅଞ୍ଚଳର ଗଞ୍ଜେଇ ଚାଷକୁ କାଟି ପୋଡି ଦେଇଛି ପୋଲିସ ଓ ଅବକାରୀ ବିଭାଗ l

ନଷ୍ଟ କରାଯାଇ ଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ଆଠ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଥାନା ଅଧିକାରୀ ଶ୍ରୀନିବାସ ସାମଲ ସୂଚନା ଦେଇଛନ୍ତି । ଏନେଇ ଥାନାରେ କେସ ନମ୍ବର ୯୭/ ୨୧ଏନ ଡ଼ି ପି ଏସ ଆକ୍ଟରେ ବେନାମୀ ଚାଷୀନାମରେ ମାମଲା ରୁଜୁ ହୋଇଛି l ନୀଳଜହର ଅପରେସନରେ ଅତିରିକ୍ତ ତହସିଲଦାର ଏବଂ ତହସିଲ କର୍ମଚାରୀ ପୋଲିସ ଫୋର୍ସ ସହ ଅବକାରୀ କର୍ମଚାରୀ ଉପସ୍ଥିତ ଥିଲେ l