Odia News Portal

ପରମବୀର ସିଂଙ୍କୁ ପଳାତକ ଘୋଷଣା

ବେଆଇନ ଅର୍ଥ ଆଦାୟ ମାମଲାରେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କୁ ଏବେ ସ୍ଥାନୀୟ ଅଦାଲତ ପଳାତକ ଘୋଷଣା କରିଛନ୍ତି । ଅଦାଲତର ଆଦେଶ ପରେ ଜୁହୁ ସ୍ଥିତି ପରମବୀର ସିଂଙ୍କ ବାସଭବନ ବାହାରେ ଏକ ନୋଟିସ ଲଗାଯାଇଛି । ଅନ୍ୟପଟେ ସୋମବାରଦିନ ପରମବୀର ସିଂଙ୍କ ଓକିଲ ସୁପ୍ରିମ କୋର୍ଟରେ କହିଥିଲେ କି ପରମବୀର ସିଂଙ୍କ ଜୀବନପ୍ରତି ମୁମ୍ବାଇ ପୋଲିସ ତରଫରୁ ବିପଦ ଥିବାରୁ ସେ ଲୁଚିଛନ୍ତି । ଏହାସହ ୪୮ ଘଂଟା ମଧ୍ୟରେ ସେ ସବିଆଇ କୋର୍ଟରେ ହାଜର ହେବାକୁ ପ୍ରସ୍ତୁତ ଅଛନ୍ତି ।

ଓକିଲଙ୍କର ଏଭଳି ଖୁଲାସା ପରେ ଯାଂଚରେ ସହାୟତା କରିବାକୁ କୋର୍ଟ କହିଛନ୍ତି । କୋର୍ଟ ବର୍ତ୍ତମାନ ପରମବୀର ସିଂଙ୍କ ଗିରଫ ଉପରେ ରୋକ ଲଗାଇଛି । ଏହାସହ ମାମଲାର ଚାଲିଥିବା ଯାଂଚରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସିଂଙ୍କ ଓକିଲ କହିଛନ୍ତି କି ପରମବୀର ସିଂଙ୍କୁ ଏହି ମାମଲାରେ ଫଶାଇ ଦିଆଯାଇଛି । ତାଙ୍କ କାର୍ଯ୍ୟକାଳ ଭିତରେ ଯେଉଁମାନଙ୍କ ବିରୋଧରେ ସେ କାର୍ଯ୍ୟାନୁଷ୍ଠାନ ନେଇଥିଲେ ସେହିମାନେ ଏବେ ଅଭିଯୋଗ କରିଛନ୍ତି ।