Odia News Portal

ସ୍ଵାମୀଠାରୁ ସ୍ତ୍ରୀର ବୟସ କାହିଁକି କମ୍ ହୋଇଥାଏ, ଜାଣନ୍ତୁ …

ସାମାଜିକ ବ୍ୟବସ୍ଥା ଅନୁସାରେ ବିବାହ ରୀତିନୀତିରେ ପୁଅ-ଝିଅଙ୍କ ବୟସର ତାରତମ୍ୟ ଥାଏ । ଦେଖିବାକୁ ଗଲେ ପୁଅ ଝିଅଠାରୁ ବୟସରେ ବଡ଼ ହୋଇଥାଏ ।ଏହି ଧାରଣା ସମସ୍ତଙ୍କ ମନ ଭିତରେ ଥାଏ । କିନ୍ତୁ ଏହା ପଛରେ କାରଣ କଣ ଥାଏ..ଜାଣିବା ଆସନ୍ତୁ ।

ପୁଅ-ଝିଅଙ୍କ ବୟସ ସମାନହେଲେ କଳିଲାଗିବାର ସମ୍ଭାବନା ଅଧିକଥାଏ । କେହିକାହାକୁ ଟିକେ କଥାରେ ଛାଡ଼ି ନ ଥାନ୍ତି । ବୈବାହିକ ଜୀବନରେ ଝଡ଼ ସୃଷ୍ଟି ହୋଇଥାଏ । ତେଣୁ ବୟସର ତାରତମ୍ୟ ରହିଲେ ଏସବୁ ଅସୁବିଧା ଦେଖାଯାଇନଥାଏ ।

ପୁରୁଷମାନେ ନିଜ ବୟସଠାରୁ କମଥିବା ବୟସର ଝିଅଙ୍କୁ ବିବାହ ପାଇଁ ପସନ୍ଦ କରିଥାନ୍ତି । ପ୍ରେମ ବି ପୁରୁଷଙ୍କ କମ ବୟସ ଝିଅଙ୍କ ସହ ହୋଇଥାଏ । ଏହି ମାନସିକତା ବି କମ ବୟସର ଝିଅଙ୍କୁ ବିବାହ କରିବାକୁ ସାହାର୍ୟ୍ୟ କରିଥାଏ ।

ପୁଅମାନେ ବୟସରେ ବଡ଼ ହୋଇଥିବା କାରଣରୁ ଧର୍ୟ୍ୟଶକ୍ତି ଅଧିକଥାଏ । ଯାହାଫଳରେ ଉଭୟଙ୍କ ମଧ୍ୟରେ ବୁଝାବଣା ଠିକ ରହିଥାଏ ।

ବିଜ୍ଞାନ ଅନୁସାରେ ପୁଅଙ୍କର ବୟସ ଅନୁସାରେ ଅଧିକ ମ୍ୟାଚୁଅଡ଼ ଥାଆନ୍ତି । ତେଣୁ ପୁଅଙ୍କ ବୟସ ଝିଅଙ୍କ ଠାରୁ ଅଧିକ ରହିଲେ ବିବାହ ଜୀବନ ସୁଖକର ହୁଏ ।

ବୟସର ତାରତମ୍ୟ ଅନୁସାରେ ବିଚାର ମଧ୍ୟ ଭିନ୍ନ ହୋଇଥାଏ । ପୁଅଙ୍କ ବୟସ ଅଧିକ ରହିଲେ ବୈବାହିକ ଜୀବନର ବିଚାରଧାରା ଠିକ ରହିଥାଏ ।

ସୁଖ-ଦୁଃଖ ବାଣ୍ଟିବା ପାଇଁ ଝିଅଟିଏ ପୁଅଠାରୁ ସାନ ହୋଇଥିଲେ , ଜଣେଜଣକୁ ବୁଝିବାକୁ ସାହାର୍ୟ୍ୟ କରିଥାଏ ।

ବୟସ ଅନୁସାରେ ଝିଅଙ୍କର ଶାରୀରିକ ସମ୍ବନ୍ଧର ଚାହିଦା ଅଧିକଥାଏ । ତେଣୁ ପୁଅଟିଏ ବଡ଼ହୋଇଥିଲେ ଏହି ସମ୍ବନ୍ଧ ରଖିବାର ସନ୍ତୁଳନ ରକ୍ଷାକରିଥାଏ ।