Odia News Portal

ଭଜା ପିଜୁଳି ଖାଇବା ଦ୍ୱାରା ମିଳିପାରିବ ଅନେକ ଲାଭ

ସାଧାରଣତଃ ଅନେକ ଲୋକ ଶୀତଦିନେ ପିଜୁଳି ଖାଇବାଠୁ ଦୂରେଇ ରୁହନ୍ତି। କାହିଁକି ନା, ଏହାର ପ୍ରଭାବ ଦେହକୁ ଥଣ୍ଡା ହୋଇଥାଏ। ଏହି କାରଣରୁ ଲୋକେ ଥଣ୍ଡା, ସର୍ଦ୍ଦି, କାଶରେ ପଡ଼ନ୍ତି। କିନ୍ତୁ ଯଦି ଆପଣ ସାଧାରଣ ପିଜୁଳି ପରିବର୍ତ୍ତେ ଭଜା ହୋଇଥିବା ପିଜୁଳି ଖାଇବେ, ତା’ ହେଲେ ଆପଣଙ୍କୁ କେବଳ ଥଣ୍ଡା, ସର୍ଦ୍ଦିରୁ ଆରାମ ମିଳିବନି, ବରଂ ଅନ୍ୟାନ୍ୟ ଲାଭ ମଧ୍ୟ ମିଳିପାରିବ। ଭଜା ପିଜୁଳି ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏହାର ଅନ୍ୟାନ୍ୟ ଗୁଣ ମଧ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆସନ୍ତୁ ଜାଣିବା, ଭଜା ପିଜୁଳି ଖାଇଲେ କି ଫାଇଦା ମିଳିବ।

ଯେଉଁ ଲୋକ ମାନଙ୍କର ଆଲର୍ଜି ସମସ୍ୟା ରହିଛି କିମ୍ବା ଜଲ୍‌ଦି ସେମାନଙ୍କୁ ଥଣ୍ଡା, ସର୍ଦ୍ଦି ହୋଇଥାଏ, ସେମାନେ ପିଜୁଳିକୁ କଞ୍ଚା ପରିବର୍ତ୍ତେ ତାଓ୍ଵାରେ ଅଳ୍ପ ସେକି ଖାଇବା ଉଚିତ୍‌। ଏହାଦ୍ୱାରା ଆଲର୍ଜି ହେବ ନାହିଁ କି ଥଣ୍ଡାକୁ ମଧ୍ୟ ସେମାନେ ସାମ୍ନା କରିବେ ନାହିଁ।

ଭଜା ପିଜୁଳି ଖାଇବା ଦ୍ୱାରା ଭୋକ ମଧ୍ୟ ବଢ଼ିଥାଏ। ଯେଉଁ ମାନଙ୍କୁ ଭୋକ କମ୍‌ ଲାଗେ କିମ୍ବା ସେମାନେ ନିଜର ଭୋକ ବଢ଼ାଇବାକୁ ଚାହୁଁଛନ୍ତି, ତା’ ହେଲେ ନିୟମିତ ରୂପେ ଭଜା ପିଜୁଳି ସେବନ କରିବା ଉଚିତ୍‌। ଏହା ଦ୍ୱାରା ଶରୀରକୁ ବହୁତ ଆରାମ ମିଳି ପାରିବ। ଯଦି ଆପଣ ଅଳସୁଆ ଅନୁଭବ କରୁଛନ୍ତି ଏବଂ ଶରୀରକୁ ଆକ୍ଟିଭ କରିବାକୁ ଚାହୁଁଛନ୍ତି, ତା’ ହେଲେ ଭଜା ପିଜୁଳି ନିଶ୍ଚୟ ଖାଆନ୍ତୁ। ଏହା ଦ୍ୱାରା ଅଳସୁଆ ଲାଗିବ ନାହିଁ ଏବଂ ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ।

ଯଦି କୌଣସି ବ୍ୟକ୍ତି ପୁରୁଣା କାଶକୁ ନେଇ ଚିନ୍ତିତ, ତା’ ହେଲେ ଭଜା ପିଜୁଳି ତାଙ୍କ ପାଇଁ ଏକ ରାମବାଣ ଚିକିତ୍ସା ପ୍ରମାଣିତ ହେବ। ଏଥି ପାଇଁ ପିଜୁଳିକୁ ମଝିରୁ କାଟି ସେଥିରେ ଅଳ୍ପ କଳା ଲୁଣ ପକାନ୍ତୁ ଏବଂ ତାହାକୁ ଗରମ ତାଓ୍ଵାରେ ହାଲୁକା କରି ଭାଜନ୍ତୁ। ଏହାକୁ ସେବନ ଦ୍ୱାରା ଆପଣଙ୍କ ପୁରୁଣା କାଶ ଦୂର ହୋଇ ପାରିବ ଏବଂ ଆପଣ ଆରାମ ଅନୁଭବ କରି ପାରିବେ।

ପାଚନ କ୍ରିୟାକୁ ସୁସ୍ଥ ରଖିବାରେ ବି ଭଜା ପିଜୁଳି ବହୁତ ଲାଭଦାୟକ ହୋଇଥାଏ। ଏହାକୁ ସେବନ କରିବା ଦ୍ୱାରା ପେଟ ଜନିତ ସମସ୍ୟାରୁ ଆରାମ ମିଳିଥାଏ। ଏଥିପାଇଁ ଆପଣଙ୍କୁ କଳା ଲୁଣ ସହିତ ଭଜା ପିଜୁଳି ସେବନ କରିବାକୁ ହେବ। କେବଳ ଏତିକି ନୁହେଁ, ଏନର୍ଜି ଲେବଲ ବଢ଼ାଇବାରେ ମଧ୍ୟ ଭଜା ପିଜୁଳି ଲାଭଦାୟକ ହୋଇଥାଏ। ଯଦି ଆପଣଙ୍କୁ ଥକ୍କାପଣ ଅନୁଭବ ହୁଏ, ତା’ ହେଲେ ଭଜା ପିଜୁଳି ନିଶ୍ଚୟ ଖାଆନ୍ତୁ। ଏହା ଦ୍ୱାରା ଏନର୍ଜି ସ୍ତର ବଢ଼ିବା ସହିତ ଅଳସୁଆପଣ ଦୂର ହୋଇଥାଏ। ଆଉ ଆପଣ ଆକ୍ଟିଭ ରହି ଥାଆନ୍ତି।

ତେବେ ଏଠି ଆମେ ସ୍ପଷ୍ଟ କରୁଛୁ କି, ଯଦି କୌଣସି ବ୍ୟକ୍ତିଙ୍କୁ କିଛି ରୋଗ କି ଆଲର୍ଜି ଥାଏ, ତା’ ହେଲେ ପିଜୁଳିକୁ ନିଜ ଡାଏଟ୍‌ରେ ସାମିଲ କରିବା ପୂର୍ବରୁ ନିଶ୍ଚୟ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।