Odia News Portal

ସିଗାରେଟ୍ ଅଭ୍ୟାସକୁ ଛଡାଇବ ଏହି ସାଧାରଣ ଜୁସ୍

ଭୁବନେଶ୍ୱର : ବିଭିନ୍ନ ରୋଗର ଘର ହେଉଛି ସିଗାରେଟ୍ ସେବନ । ଏହା ଶରୀରକୁ କ୍ଷତି ପହଁଚାଇ ଥାଏ । ଏହା ଜାଣିବା ପରେ ବି ଲୋକେ ଏହି ଅଭ୍ୟାସରୁ ବାହାରକୁ ବାହାରି ପାରୁ ନାହାଁନ୍ତି । କିନ୍ତୁ ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣା ପଡିଛି କି ଯଦି ଆପଣ ଧୁମ୍ରପାନ ଅଭ୍ୟାସକୁ ଛଡାଇବାକୁ ଚାହୁଁଛନ୍ତି ତେବେ ଆପଣ ଏକ ଜୁସ୍ ମାଧ୍ୟମରେ ଏହି ଅଭ୍ୟାସକୁ ଛଡାଇ ପାରିବେ ।

ଥାଇଲାଣ୍ଡର ଶ୍ରୀନାଖରିନବିରଟ୍ ୟୁନିଭରସିଟି ର ମେଡିସିନ୍ ଡିପାର୍ଟମେଣ୍ଟ ପକ୍ଷରୁ ୧୮ ବର୍ଷରୁ ଉଦ୍ଧ୍ୱର୍ ବୟସର ଲୋକଙ୍କୁ ନେଇ ଗବେଷଣା କରାଯାଇଥିଲା, ଯେଉଁମାନେ ସିଗାରେଟ୍ ସେବନର ଶିକାର ଥିଲେ କିନ୍ତୁ ଏଥିରୁ ନିବୃତ ହେବାକୁ ଚାହୁଁଥିଲେ । ଗବେଷଣା ଅନୁଯାୟୀ ୪୭ ପ୍ରତିଶତ ଲୋକଙ୍କୁ ଫ୍ରେସ୍ ଲାଇମ୍ ଜୁସ୍ ପିଇବାକୁ ଦିଆଗଲା ଏବଂ ୫୩ ପ୍ରତିଶତ ଲୋକଙ୍କୁ ସିଗାରେଟ୍ ଅଭ୍ୟାସ ଛଡାଇବା ପାଇଁ ନିକୋଟିନ୍ ଚୁଇଂଗମ୍ ଖାଇବାକୁ ଦିଆଯାଇଥିଲା ।

ଯେଉଁ ବ୍ୟକ୍ତି ଏହି ଗବେଷଣାରେ ସାମିଲ ଥିଲେ ସେମାନଙ୍କ ରକ୍ତକୁ ଲଗାତର ୧୨ ସପ୍ତାହ ଯାଏଁ ପରୀକ୍ଷା କରାଗଲା । ଏଥିରୁ ଜଣାପଡିଲା ଯେ ଯେଉଁ ମାନଙ୍କୁ ଲେମ୍ବୁ ଜୁସ୍ ପିଇବାକୁ ଦିଆଯାଇଥିଲା ସେମାନଙ୍କ ରକ୍ତରେ କାର୍ବନ ମନୋକ୍ସାଇଡ୍ ର ମାତ୍ରା ଅନ୍ୟ ଲୋକଙ୍କ ଅପେକ୍ଷା ଖୁବ୍ କମ୍ ମିଳିଲା । ସିଧା କହିବାକୁ ଗଲେ ନିକୋଟିନ୍ ଚୁଇଂଗମ୍ ଖାଇଥିବା ବ୍ୟକ୍ତିଙ୍କ ଅପେକ୍ଷା ଲେମ୍ଭ ଜୁସ୍ ପିଇଥିବା ବ୍ୟକ୍ତିଙ୍କ ଠାରେ ଧୁମ୍ରପାନ କରିବା ଇଛା କମ୍ ହୋଇଥିବାର ଦେଖିବାକୁ ମିଳିଲା ।

ଏହି ଜୁସ୍ କୁ ଆପଣ ଘରେ ପ୍ରସ୍ତୁତ କରିପାରିବେ । ସେଥିପାଇଁ ଆବଶ୍ୟକ ଗୋଟେ ପାଚିଲା ଲେମ୍ବୁ, ଗୋଟେ କଞ୍ଚା ଲେମ୍ବୁ, ଗୋଟେ ଚାମଚ ଚିନି, ଗୋଟେ କପ୍ ପାଣି ଏବଂ ବରଫ ଖଣ୍ଡ ।

ପ୍ରଥମେ ଗୋଟେ ଗ୍ଲାସ୍ ପାଣିରେ ଦୁଇଟି ଲେମ୍ବୁକୁ ଭଲ ଭାବେ ଚିପୁଡି ଦିଅନ୍ତୁ । ତାପରେ ଏଥିରେ ଗୋଟେ ଚାମଚ ଚିନି ପକାଇ ଗୁଳାନ୍ତୁ । ଏଥିରେ ବରଫ ଖଣ୍ଡ ପକାଇ ଦିନକୁ ଦୁଇ ଥର ପିଅନ୍ତୁ ।