Odia News Portal

ଚିନ୍ତା ବଢାଉଛି ଶିକ୍ଷାନୁଷ୍ଠାନର କରୋନା ସଂକ୍ରମଣ

ଚିନ୍ତା ବଢାଇଲାଣି ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମଣ । ପ୍ରଥମେ ସମ୍ବଲପୁରର ବୁର୍ଲା , ଆଉ ଏବେ ସୁନ୍ଦରଗଡ଼ ସେଣ୍ଟ ମେରି ବାଳିକା ବିଦ୍ୟାଳୟ । ଏହି ବିଦ୍ୟାଳୟରେ ମୋଟ ୫୬ ଜଣ ଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ସ୍କୁଲ କର୍ତ୍ତୃପକ୍ଷ ।

ଖବର ଅନୁଯାୟୀ, କରୋନା ସଂକ୍ରମଣ ପରେ ଏବେ ଧୀରେ ଧୀରେ ସମସ୍ତ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ପ୍ରଥମେ ଦଶମ, ନବମ , ପରେ ଅଷ୍ଟମ ଆଉ ଏବେ ଅଷ୍ଟମ, ସପ୍ତମ, ଷଷ୍ଠ ଶ୍ରେଣୀରେ ପାଠ ଆରମ୍ଭ ହୋଇଛନ୍ତି । କିନ୍ତୁ ଏସବୁ ଭିତରେ ସୁନ୍ଦରଗଡ଼ରୁ ଆସିଛି ଏକ ଚିନ୍ତାଜନକ ଘଟଣା । ସୁନ୍ଦରଗଡ଼ ସ୍ଥିତ ସେଣ୍ଟ ମେରି ବାଳିକା ବିଦ୍ୟାଳୟର ୫୬ଜଣ ଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି । ୫୬ ଛାତ୍ରୀ କରୋନାରେ ସଂକ୍ରମିତ ହେବା ପରେ ସମସ୍ତଙ୍କୁ  ସଙ୍ଗରୋଧରେ ରଖାଯାଇଛି । ନିୟମିତ ଭାବେ ସେମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ଟିକିନିକି ଖବର ରଖାଯାଉଛି । ଆବଶ୍ୟକ ପଡିଲେ ସେମାନଙ୍କୁ ମେଡିକାଲକୁ ସ୍ଥାନାନ୍ତରିତ କରାଯିବ । କିନ୍ତୁ ଏବେ ସେମାନଙ୍କୁ ସଙ୍ଗରୋଧରେ ରଖାଯାଇଛି ।