Odia News Portal

ହ୍ୱାଟ୍ସଆପ ପେ’ ୟୁଜର୍ସଙ୍କ ସଖ୍ୟା ୨ କୋଟି ଟପିଲା

ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟ୍ସଆପରେ କିଛି ମାସ ହେଲା ପେମେଣ୍ଟ ସର୍ଭିସ ଆରମ୍ଭ ହୋଇଛି । ଯାହାର ୟୁଜର୍ସ ସଂଖ୍ୟା ମାତ୍ର କିଛି ଦିନ ଭିତରେ ୨ କୋଟି ପାର୍ କରିଛି । ଆଉ ୟୁଜର୍ସ ସଂଖ୍ୟା ୨ କୋଟି ପାର୍ କରିବା ପରେ ହ୍ୱାଟ୍ସଆପ୍ କମ୍ପାନୀକୁ ମିଳିଛି ଏକ ଖୁସି ଖବର । ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇ) ଏବେ ହ୍ୱାଟ୍ସଆପ୍ ପେ’ର ୟୁଜର୍ସ ସୀମାକୁ ୪କୋଟିକୁ ବଢାଇ ଦେଇଛି ।

ଅସଲ କଥା ହେଉଛି, ୟୁପିଆଇ ଆଧାରିତ ପେମେଣ୍ଟ ସେକ୍ଟରରେ ପାଦ ଦେବା ପୂର୍ବରୁ ହ୍ୱାଟ୍ସଆପ୍ ପେ’କୁ କେବଳ ୨ କୋଟି ୟୁଜର୍ସଙ୍କ ବ୍ୟବହାର ପାଇଁ ସୀମା ରହିଥିଲା । ମିଳିଥିବା ରିପୋର୍ଟ ମୁତାବକ, କମ୍ପାନୀ ଏବେ ଏହି ଦୁଇ କୋଟି ୟୁଜର୍ସ ସୀମାକୁ ଛୁଇଁସାରିଛି । ଏହାପରେ କମ୍ପାନୀ ନିଜର ୟୁଜର୍ସ ଲିମିଟ୍ ବଢାଇବାକୁ ଅନୁମତି ମାଗିଥିବାବେଳେ ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇ) ଏହାକୁ ମଞ୍ଜୁରୀ ପ୍ରଦାନ କରିଥିବା ଖବର ମିଳିଛି । ଏନପିସିଆଇ ଏବେ ଏହି ୟୁଜର୍ସଙ୍କ ସଂଖ୍ୟାଙ୍କୁ ଡବଲ୍ କରିଦେଇଛି । ଅର୍ଥାତ ଏବେ ୪ କୋଟି ୟୁଜର୍ସ ନିଜ ମୋବାଇଲରେ ହ୍ୱାଟ୍ସଆପ୍ ପେ’ ବ୍ୟବହାର କରିପାରିବେ ।