Odia News Portal

ମଟନ ନାଁରେ ଗୋମାଂସ ଦେଉଥିଲେ, ସାକ୍ଷୀଗୋପାଳ ପାଖ ଜୟା ହୋଟେଲ ସିଲ୍

ହୋଟେଲରେ ଖାଉଥିଲେ ସାବଧାନ । କାରଣ ବିଶ୍ବାସରେ ହୋଟେଲରେ ଲୋକେ ମଟନ ଖାଉଥିଲେ ହେଲେ ଜଣାନଥିଲା ଯେ ତାଙ୍କୁ ଦିଆଯାଉଛି ଗୋମାଂସ । ଏଭଳି ସଙ୍ଗୀନ ଅଭିଯୋଗ ହେବା ପରେ ଆଜି ସକାଳୁ ଜୟା ହୋଟେଲକୁ ସିଲ କରିଛି ପୋଲିସ । ଏହାସହ ଏହି ହୋଟେଲରୁ ଅନ୍ୟତ୍ର ପାର୍ସଲ ନେଉଥିବା ହୋଟେଲ ସହାୟକଙ୍କୁ ନିସ୍ତୁକ ମାଡ ମାରିଛନ୍ତି ସ୍ଥାନୀୟ ଲୋକେ ।

ସୂଚନା ଅନୁସାରେ, ପୁରୀ ଦେଇଯାଇଥିବା ଏନଏଚ ୨୧୬ ରାସ୍ତାର ସାକ୍ଷୀଗୋପାଳ ନିକଟରେ ଥିବା ଜୟା ହୋଟେଲକୁ ନେଇ ହଇଚଇ । ଏହି ହୋଟେଲରେ ଖାସ୍ ମଟନ ହେଉଥିବାରୁ ଏଠାରେ ଖାଇବାକୁ ପ୍ରତିଦିନ ଶହଶହ ଲୋକଙ୍କ ଭିଡ ଜମେ । ହେଲେ ଏସବୁ ଭିତରେ ଆସିଛି ସାଂଘାତିକ ଅଭିଯୋଗ । ମଟନ ନାଁରେ ଲୋକଙ୍କୁ ଗୋମାଂସ ପରଷାଯାଉଥିବା ସହ କେବେକେବେ ମଟନରେ ଗୋମାଂସ ଚର୍ବି ମିଶାଯାଇ ରନ୍ଧା ହେଉଥିବା ଅଭିଯୋଗ ହୋଇଥିଲା । ବାରମ୍ବାର ଏହି ଅଭିଯୋଗ ଆସିବା ପରେ ଚେତିଲା ପ୍ରଶାସନ । ଏବଂ ଆଜି ସକାଳୁ ଜୟା ହୋଟେଲକୁ ସିଲ କରିଛି ପୋଲିସ । ଏହା ସହ ହୋଟେଲ ଚାରିପଟକୁ ତାରବାଡରେ ଘେରାଯାଇ ପୋଲିସ ମୁତୟନ କରାଯାଇଛି । ଯଦିଓ ଏହାର ସତ୍ୟତା ନେଇ ପ୍ରଶାସନ ପାଖରୁ କିଛି ଠୋସ୍ ପ୍ରତିକ୍ରିୟା ମିଳିପାରିନାହିଁ। ସବୁଠାରୁ ବଡ କଥା ହେଉଛି ଏହି ହୋଟେଲରୁ ଅନ୍ୟ ହୋଟେଲକୁ ମଧ୍ୟ ମାଂସ ପାର୍ସଲ ହେଉଥିଲା । ଏହି ମାଂସର ବେଶି ଡିମାଣ୍ଡ ଥିଲା ବୋଲି କୁହାଯାଉଛି । ତେବେ ପାର୍ସଲ ନେବାବେଳେ ହୋଟେଲର ଜଣେ ସହାୟକ ହାବୁଡରେ ପଡିବାରୁ କିଛି ଲୋକେ ତାଙ୍କୁ ନିର୍ଦ୍ଧୁମ ପିଟିଥିବା ଜଣାପଡିଛି ।